
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଖଦି ମଣ୍ଡଳ ସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିର ଠାରୁ କର୍ତ୍ତା ୟଶୋଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏଙ୍କ ସମେତ ପଦ୍ମପୁର ମା’ କାଳୀଙ୍କ ଶତାଧିକ ଭକ୍ତବୃନ୍ଦ, ପଣ୍ଡିତ ମୃତ୍ୟୁଞ୍ଜୟ ହୋତାଙ୍କ ମହାମନ୍ତ୍ର ଉଚ୍ଚାରଣ ସହ ଶଙ୍ଖ, ଘଣ୍ଟ, ହୁଳହୁଳି, କଳଙ୍ଗୀ ବାଜା, ଗଣ୍ଡା ବଜା, ନାମ ସଂକୀର୍ତନ୍ୟର ଭକ୍ତିପୂତ ପରିବେଶରେ କଳସ ଯାତ୍ରାର ଶୋଭାଯାତ୍ରା ପଦ୍ମପୁର ସହର ପରିକ୍ରମା କରି ମନ୍ଦିର ପହଂଚିଥିଲା । କଳସ ସ୍ଥାପନ ପରେ ଅର୍ଦ୍ଧରାତ୍ର ସମୟରେ ମାଁ କାଳୀ ଙ୍କ ଶୋଡଶ ଉପଚାର ରେ ପୂଜାରମ୍ଭ ହୋଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ପୂଜକ ବାଳମୁକୁନ୍ଦ ଭୁଏ, ମୁଖ୍ୟ ଭକ୍ତ ରଘୁମଣି ସାହୁ, ପ୍ରତାପ ନାଥ, ଦୟାସାଗର ସାହୁ, ଧର୍ମେନ୍ଦ୍ର ସାହୁ, ମଙ୍ଗୁଲୁ ଗହୀର, ଶିବ ଭୁଏ, ଚନ୍ଦନ ସିଂ ବରିହା, ଦୀନବନ୍ଧୁ ହେମ୍ରମ, କୁଞ୍ଜବନ ପଧାନ, ଗୋବିନ୍ଦ ଦାଶ, ମଦନ ବାଗ ଓ ଦେବରାଜ ବିଶ୍ୱାଲ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।