ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଆଦିବାସୀ ମହାସଂଘ ଜୟପାଟଣା ବ୍ଲକ ସଭାପତି ମନୋଜ କୁମାର ପାତ୍ରଙ୍କ ମାଆ ପ୍ରମିଳା ଦେବୀଙ୍କ ସୋମବାର ପୂର୍ବାହ୍ନରେ ନିଜ ବାନେର ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପାତ୍ର ଜଣେ ଧର୍ମ ପରାୟଣା ମହିଳା ଭାବରେ ନିଜର ପରିଚୟ ରଖିବା ସହିତ ଆଦିବାସୀ ମହିଳାମାନଙ୍କୁ ଧର୍ମ ଓ ସଂସ୍କୃତିକୁ ଜାଗ୍ରତ କରିବା ପାଇଁ ବିଶେଷ ଭୂମିକା ନେଇଥିଲେ । ମୃତ୍ୟୁ ଖବର ପ୍ରକାଶିତ ହେବାପରେ ଶତାଧିକ ଆତ୍ମୀୟ ସ୍ୱଜନ, ବୁଦ୍ଧିଜୀବି ଓ ସାମାଜିକ କର୍ମୀମାନେ ଉପସ୍ଥିତ ରହିଥିଲେ । ପୁଅ ମନୋଜ କୁମାର ମୁଖାଗ୍ନୀ ଦେଇଥିଲେ ।
Prev Post