ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ଵରୀ ମନ୍ଦିର ସୁରକ୍ଷାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ କଳା ମୁଗୁନି ପଥରରେ ନିର୍ମିତ ଏକମାତ୍ର ଖିଚିଂ ସ୍ଥିତ ମାଆ କିଚକେଶ୍ଵରୀ ମନ୍ଦିର ସୁରକ୍ଷା ଓ ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ, ଘୋଷିତ ପାଣ୍ଠି ସହିତ କର୍ପସ ଫଣ୍ଡ ଘୋଷଣା ସହିତ କେସନାକୁ “ଶିଳ୍ପୀ ଗ୍ରାମ” ଭାବେ ଘୋଷଣା କରିବାର ଦାବୀ ନେଇ ପୁନର୍ବାର ଆଜି ମୟୂରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧିଦଳ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ତାଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ଏବଂ ସେଥିରେ ଉଲ୍ଲେଖ କରିଥିଲେ ଯେ ଦାବୀ ଗୁଡିକର କାର୍ଯ୍ୟକାରିତା ବାବଦରେ ଆଗାମୀ ୪୫ ଦିନ ମଧ୍ୟରେ ଘୋଷଣା କରିବା ପାଇଁ । ଦାବୀପତ୍ର ଦେବା ସମୟରେ ସଂଗଠନ ପକ୍ଷରୁ ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବଶାଖା ସଭାପତି ଏସ୍ କେ ରାଜାଖାନ, ସିଙ୍ଗରାୟ ହେମ୍ବ୍ରମ, ସଞ୍ଜୟ ମହାନ୍ତ, ଦୀପକ କୁମାର ବେହେରା, ରୁଦ୍ର ପଟ୍ଟନାୟକ, ପ୍ରଦୀପ ପଣ୍ଡା, ସୁମିତ୍ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଯଦି ଆଗାମୀ ୪୫ ଦିନ ମଧ୍ୟରେ ଦାବୀ ଗୁଡିକର ସମାଧାନ ପାଇଁ ସରକାରୀ ସ୍ତରରେ ଘୋଷଣା ନ ହୁଏ ତେବେ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ୪୯ ସ୍ଥିତ ଶିଙ୍ଗଡାଠାରେ ରାଜରାସ୍ତା ଉପରେ ହରତାଳ କରାଯିବ ବୋଲି ସଂଗଠନ ମୁଖ୍ୟପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.