ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲ ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୬୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ଆଖି, ନାକ, କାନ, ପଲ୍ସ ରେଟ୍, ସ୍ପନ୍ଦନ ସହ ଶାରିରୀକ ଚିକିତ୍ସା କରିଥିଲେ । ଏହି ଶିବିରରେ ଡାକ୍ତର ରାଧାନାଥ ଶତପଥୀ ଓ ଅନ୍ୟାନ୍ୟ ଡାକ୍ତରମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଚିକିତ୍ସା କରିବା ସହ ଉଚିତ୍ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ଶୁଭ୍ରାଂଶୁ ଶେଖର ପରିଡ଼ା ଏବଂ ସୁନିତା ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ପାଣିଗ୍ରାହୀ, ରଞ୍ଜିତ ଦାସ, ଅଞ୍ଜଳି ମହାନ୍ତି, କଳ୍ପନା ଚୌଧୁରୀ, ଜୟଶ୍ରୀ ମାନକୀ, ସନ୍ଧ୍ୟାରାଣୀ ଲେଙ୍କା, ଗୀତାରାଣୀ ବେହେରା, ଅରଜିତା ପୋଦ୍ଦାର, ପୁଷ୍ପାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଆଜି ବିଶ୍ୱ ହାତଧୁଆ ଦିବସ ଥିବାରୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ପର୍କରେ ଏହି ଦିବସ ପାଳନର ଆଭିମୁଖ୍ୟ ସହ ଏ ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ସଚେତନ କରାଇଥିଲେ ।

Leave A Reply

Your email address will not be published.