ତୁଷୁରା ବାଳକ ଉ.ପ୍ରା.ବିଦ୍ୟାଳୟଠାରେ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ତୁଷୁରା କ୍ଲଷ୍ଟର ଅଧୀନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନଶିକ୍ଷକ ଗୁରୁ ଗୌରବ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସାଧନ ସଂଯୋଜକ ଜଗମୋହନ ତ୍ରିପାଠୀ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଦ୍ୟାଳୟ ପୃଷ୍ଠପୋଷକ ତଥା ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନା ଭାଷା ଓ ସଂଖ୍ୟା ଜ୍ଞାନ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ବିଦ୍ୟାଳୟ ସ୍ତରୀୟ ପଠନ ପ୍ରୋତ୍ସାହନ ଅଭିଯାନ “ପଢିବା ଗଢିବା ଓଡିଶା”, ବର୍ଣ୍ଣାଳୀ କାର୍ଯ୍ୟକ୍ରମ, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଦି ଆଲୋଚନା କରିଥିଲେ । ଏଥିରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ମୋହନ ଭୋଇ, ଚନ୍ଦ୍ରଧ୍ୱଜ ମେହେର ଓ ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ଭୋଇ, ଗୀତାଞ୍ଜଳି ପ୍ରଧାନ ତଥା ଏଫ୍‌ଏଲ୍‌ଏନ୍ ଶିକ୍ଷକ ପୁରନ ମେହେର, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ, ମିଲି ପୁରୋହିତ, ଦୁର୍ଗାମଣି ମହାନନ୍ଦ ଏବଂ ଏଲ୍‌ଏଲ୍‌ଏଫ୍ ଶ୍ରୀମା ଜାନି ଓ ଅନିଷା ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ ଓ ବିନ୍ଦୁ ମାହାଣା ସହଯୋଗ କରିଥିଲେ । ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ଓ ପ୍ରଧାନଶିକ୍ଷକ ଡ. ଦାଶ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ମନ୍ମଥ ରାଜହଂସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.