ପୁଇଁତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡାଠାରେ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାରେ ପ୍ରଥମଥର ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡାଠାରେ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଶ୍ରୀମତୀ ଶାନ୍ତିଲତା ମେଷୁଆଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାର ଶୁଭ ଉଦ୍‌ଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଅନ୍ୟତମ ଅତିଥି ଭାବେ ମୁଖ୍ୟ ନିର୍ବାହୀ ଅଧିକାରୀ, ଟିପିଡବ୍ଲୁଓଡିଏଲ୍ ପ୍ରବୀଣ ବର୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁଇଁତଳା ଅମରେନ୍ଦ୍ର ସ୍ଵାଇଁ, ସରପଞ୍ଚ ମହିମୁଣ୍ଡା ରଞ୍ଜିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ପଶ୍ଚିମ ଓଡ଼ିଶା ବଣ୍ଟନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ଙ୍କ ଦ୍ଵାରା ପରିଚାଳିତ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଉଅଛି । ପିଏମ ସୂର୍ଯ୍ୟଘର ପୋର୍ଟାଲରେ ଉପଭୋକ୍ତାମାନେ ଆବେଦନ କରି ଏକକାଳୀନ ସ୍ୱଳ୍ପ ବିନିଯୋଗରେ ଦୀର୍ଘକାଳୀନ ସୁବିଧା ତଥା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ରିହାତି ଓ ଋଣର ଲାଭ ଉଠାଇ ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍ ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ତଥା ମହିମୁଣ୍ଡାର ଗ୍ରାମବାସୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.