ଜିଲ୍ଲାପାଳଙ୍କୁ ଭେଟିଲେ ବଲାଙ୍ଗିର ଦିନ ଆୟୋଜନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାକ୍ଷାତକାର ଦେଇଥିଲା । ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ଆୟୋଜକ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲଵାରଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିବା ସହ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗିର ଦିନ ପାଳନରେ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବରେ କେମିତି ହେଇପାରିବ ସେଥିପାଇଁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ କହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରତାପ ରଥ, ଲୋଟସ ଷଡ଼ଙ୍ଗୀ, ବିଦୁ ଭୂଷଣ ତ୍ରିପାଠୀ, ଦିନେଶ ଶର୍ମା ଓ ବିନୋଦ କୁମାର କାଲସାଏ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.