- ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଗତି ଆଣିବ ବୋଲି କହିଲେ ପ୍ରଧାନମନ୍ତ୍ରୀ
- ଶ୍ରୀଲଙ୍କା ଗସ୍ତ ଏବଂ ରାଷ୍ଟ୍ରପତି ଦିସାନାୟକଙ୍କ ସହ ଆଲୋଚନାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା
- ଦୁଇ ଦେଶର ସହଭାଗିତାରେ ଏକାଠି କାମ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
- ରାଷ୍ଟ୍ରପତି ଦିସାନାୟକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ନିରନ୍ତର ସମ୍ପର୍କ ସ୍ଥାପନ ଉପରେ ଦେଲେ ଗୁରୁତ୍ୱ
ନୂଆଦିଲ୍ଲୀ, (ପିଆଇବି) : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ, ତାଙ୍କ ଗସ୍ତ ଐତିହାସିକ ଏବଂ ବହୁମୁଖୀ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ନୂତନ ପ୍ରେରଣା ଦେବ । ଶ୍ରୀ ମୋଦୀ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ଶ୍ରୀଲଙ୍କା ଗସ୍ତକୁ ମନେ ପକାଇଛନ୍ତି, ଏହି ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ସହ ସହଯୋଗର ସମସ୍ତ କ୍ଷେତ୍ର ଉପରେ ଫଳପ୍ରଦ ଆଲୋଚନା କରିଥିଲେ । ଦୁଇ ନେତା ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ବିକାଶ ସହଯୋଗ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସମେତ ଅନେକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୁଇ ଦେଶର ସହଭାଗୀ ବିକାଶ ଯାତ୍ରାରେ ଏକାଠି କାମ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦିସାନାୟକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ କହିଥିଲେ ଯେ, ସେ ସେମାନଙ୍କ ନିରନ୍ତର ସମ୍ପର୍କ ପାଇଁ ଅପେକ୍ଷା କରିଛନ୍ତି ।