
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାରବାଟୀ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମ, ଘୋରଡ଼ିଆ ପକ୍ଷରୁ ଅଖଣ୍ଡ ନାମଯଜ୍ଞ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହା ତିନିଦିନ ଧରି ଚାଲିବ । ପ୍ରଥମ ଦିନ ଜଳାଧିବାସ, ଦ୍ୱିତୀୟ ଦିନ ଅଖଣ୍ଡ ନାମ ସଂକୀର୍ତ୍ତନ ଏବଂ ଶନିବାର ନଗରଭ୍ରମଣ ଓ କୁମ୍ଭ ବିସର୍ଜନ ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି ବୋଲି ଆଶ୍ରମ ସୂଚନା ଦିଆଯାଇଛି । ବିଭୁକୃପା ଓ ଗୁରୁକୃପା ଲାଭ ପାଇଁ ପ୍ରତ୍ୟେହ ବହୁ ସଂଖ୍ୟାରେ ମହିଳା, ପୁରୁଷ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ମହାମହିମ ଯୋଗକଳ୍ପ ପରମପୁଜ୍ୟ ପରମବ୍ରହ୍ମ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ନିର୍ଦ୍ଦେଶତ, କଳି କରାଳରୁ ଉଦ୍ଧାର ନିମନ୍ତେ ପ୍ରତିବର୍ଷ ଏହି ଅଖଣ୍ଡ ନାମଯଜ୍ଞ ମହାସମାରୋହରେ କରାଯାଉଛି ବୋଲି ଆଶ୍ରମ କର୍ମକର୍ତ୍ତା କଣ୍ଡୁରୀ ଭୁଜୁବଳ, ଲୋକନାଥ ସାହୁ, ଗୁଣନିଧି ପୃଷ୍ଟି, ଶଶି ଶ୍ରୀଚନ୍ଦନ ଓ ସମିତି ସଭ୍ୟା ଅର୍ନ୍ନପୂର୍ଣ୍ଣା ରଣଜିତ ପ୍ରମୁଖ ସୂଚନା ଦେଇଥିଲେ ।