୧୧୮ ତମ ସାମୁହିକ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼. ଏ. ପି. ଜେ. ଅବଦୁଲ କଲାମଙ୍କ ୯୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସାମାଜିକ ସଂଗଠନ ଅନ୍ୱେଷା ଓ ସହଯୋଗୀ ସଂସ୍ଥା ରାଉରକେଲା ସିଟି ରାଉଣ୍ଡ ଟେବୁଲ ଓ ରାଉରକେଲା ସିଟି ଲେଡିସ ସର୍କଲର ମିଳିତ ଆନୁକୂଲ୍ୟରେ ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ୧୧୮ ତମ ସାମୁହିକ ଜନ୍ମଦିବସ ପାଳନ କରାଯାଇଛି । ଅନ୍ୱେଷାର ପ୍ରତିଷ୍ଠାତା ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ଵ, ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ସିଟି ରାଉଣ୍ଡ ଟେବୁଲ, ରାଉରକେଲା ସିଟି ଲେଡିସ ସର୍କଲ ଓ ରେଷ୍ଟ୍ରୋର କର୍ମକର୍ତ୍ତା ମାନେ ମାନବଙ୍କୁ ସାହାଯ୍ୟ ଓ ମୁଖରେ ହସ ଥିମ୍ ନେଇ ବକ୍ତବ୍ୟ ରଖିଥିଲେ । ଥିମ୍‌ ଅନୁସାରେ ଶାନ୍ତି ଭବନରେ ରହୁଥିବା ଅନ୍ତେବାସୀଙ୍କୁ ଖାଦ୍ୟ, କେକ୍ ଓ ସାମାଜିକ ସେବା ମାଧ୍ୟମରେ ଆନନ୍ଦ ଦିଆଯାଇଥିଲା । ଏହି ଅବସରରେ ଡ. କାଲାମଙ୍କ ୯୫ତମ ଜୟନ୍ତୀ ପାଳନ କରାଯିବା ସହ ସେ ଦେଖାଇ ଥିବା ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୱେଷା ପକ୍ଷରୁ ଚନ୍ଦ୍ରଶେଖର ଶତପଥୀ, ଅସୀମା ମିଶ୍ର, ରଞ୍ଜନ ସାହୁ, ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ଓ ରାଉରକେଲା ସିଟି ଲେଡିସ ସର୍କଲରୁ ଅନୁପ ଅଗ୍ରୱାଲ, ଶିନ ଆନନ୍ଦ, ପ୍ରତୀକ୍ଷା ଅଜମେରା ଓ ତନିଶା ଆନନ୍ଦ ପ୍ରମୁଖ ଉପସ୍ଥିତ ହୋଇ ସେବା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଶାନ୍ତି ଭବନର ସିଷ୍ଟରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.