ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ସ୍ଥିତ ପାୱାର ହାଉସ ରୋଡ ଫାୟାର ଷ୍ଟେସନ ସମ୍ମୁଖରେଥିବା ପଡିଆରେ ଦୀର୍ଘ ବହୁ ବର୍ଷଧରି ବାଣ ବ୍ୟବସାୟୀମାନେ ତାଙ୍କର ବାଣ ବ୍ୟବସାୟ କରିଆସୁଥିଲେ ହେଁ ଚଳିତ ବର୍ଷ ତାଙ୍କୁ ସେହିସ୍ଥାନରେ ଅନୁମତି ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସ୍ୱଳ୍ପ ସମୟ ଥିବା ସତ୍ୱେ ତାଙ୍କୁ ସେଠାରୁ ତାଙ୍କ ବାଣ ଦୋକାନକୁ ମ୍ୟୁନିସିପାଲ କଲେଜ ପାଖକୁ ହଠାତ ସ୍ଥାନାନ୍ତିରତ କରିବାକୁ ଅନୁମତି ଦିଆଗଲା । ତେଣୁ ସମସ୍ତ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାୱାର ହାଉସ ରୋଡ ଫାୟାର ଷ୍ଟେସନ ସମ୍ମୁଖରେ ଥିବା ପଡିଆରେ ସତକଡା ୭୦ଭାଗ ଅର୍ଥ ବିନିଯୋଗ କରିସାରିବା ପରେ ହଠାତ ବ୍ୟବସାୟୀ ମାନଙ୍କୁ ମ୍ୟୁନିସିପାଲ କଲେଜ ପାଖରେ ଫୁଣି ଥରେ ଅର୍ଥ ବିନିଯୋଗକରି ବ୍ୟବସାୟ କରିବା କଷ୍ଟ ସାଧ୍ୟ ହୋଇଯାଇଛି, ଏବଂ ବ୍ୟବସାୟୀଙ୍କ କହିବା ଅନୁଯାୟୀ ମ୍ୟୁନିସିପାଲ କଲେଜ ପାଖ ପଡିଆରେ ଯାନବାହାନ ପାର୍କିଂ ସୁବିଧା ନାହିଁ ଏବଂ ପାଖକୁ ଲାଗିକି କଲେଜ ଅଛି । ପାଖରେ ବସ୍ତି ଅଂଚଳ ଅଛି, କୌଣସି ମୂହୁର୍ତ୍ତରେ ଅଘଟଣର ଆଶଙ୍କାକୁ ନେଇ ବ୍ୟବସାୟୀମାନେ ସୁନ୍ଦରଗଡ ଜିଲ୍ଲାପାଳ, ଅଗ୍ନିଶ୍ରମ ବିଭାଗ, ମହାନଗର ନିଗମ ଏବଂ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।