ତହଁକ୍‌ କୁଟୁମ୍‌ ପକ୍ଷରୁ ପୁଷ୍‌ପୁନି ଓ ଛେର୍‌ଛେରା ଉତ୍ସବ ପାଳିତ

ପାଟଣାଗଡ : ଆଜି ପାଟଣାଗଡ ନିକଟବର୍ତ୍ତୀ କୁତୁମୁଣ୍ଡାର କାନ୍ହା ନର୍ସରୀରେ ତହଁକ କୁଟୁମ୍ ପକ୍ଷରୁ ପୁଷ୍‌ପୁନି ଓ ଛେରଛେରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ ପଞ୍ଚାୟତ ସମିତି ଅଧକ୍ଷ ଭକ୍ତବନ୍ଧୁ ନାଏକ ଓ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦାନ କରିଥିଲେ । କାନ୍ହା ନର୍ସରୀର ମାଲିକ ତେଜରାଜ ମେହେର, ତହଁକର ସମ୍ପାଦକ ରାଜେଶ କୁମାର ଦଣ୍ଡସେନା, ଗୋପୀନାଥ ଦଣ୍ଡସେନା, ନେପାଳ କୁମାର ବାଗ, ଅର୍ଜୁନ କୁମାର ସାହୁ ମଚାଂସୀନ ଥିଲେ । କଳାକାର ଜୀବନ ବହୁତ ଦୁଃଖମୟ ହେଲେ ବି ସମାଜର ସୁଖ ପାଇଁ ସେ ନିଜକୁ ଭୁଲିଯାଏ ବୋଲି ମୁଖ୍ୟ ଅତିଥି ନିଜର ବ୍ୟକ୍ତବ ରଖିଥିଲେ । ସମାଜରେ ଲୁଚିଯାଉଥିବା କଳାକୁ ଏକଜୁଟ କରି ଲୋକମାନଙ୍କ ପାଖକୁ ଆଣୁଥିବାରୁ ତହଁକ ପରିବାରକୁ ମୁଖ୍ୟବକ୍ତା ଶ୍ରୀ ମିଶ୍ର ସାଧୁବାଦ ଜଣାଇଥିଲେ । ବିକାଶ କୁମାର ଷଡଙ୍ଗୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବିଭିନ୍ନ ଗ୍ରାମରୁ ଆସିଥିବା କଲାକାର ମାନେ ନିଜ ନିଜର କଳାକୁ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । କବିମାନେ ନିଜ ନିଜର କବିତା ପାଠ କରିଥିଲେ । କୋଶଲୀ କବି ରାମଭକ୍ତ ଫରିକାର, ବିଶିଷ୍ଟ ସଗୀଂତଜ୍ଞ ବିକାଶ କୁମାର ଷଡଙ୍ଗୀ, ଦୃଷ୍ଟିବାଦିତ ମନୋଜ କୁମାର, ସୁଧାଂଶୁ କୁମାର ସାହୁଙ୍କୁ ମାନପତ୍ର ଓ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅଂଶଗ୍ରହଣ କରି ଥିବା ସମସ୍ତ କବି ଓ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭା ଶେଷରେ ନାଚ ଗୀତର ତାଳେ ତାଳେ ସମସ୍ତେ ବିଭୋର ହୋଇ ପୁଷ୍‌ପୁନି ଓ ଛେର୍‌ଛେରାର ମଜାକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.