ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୯ ତମ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଶୁଭଖମ୍ବ ସୋମବାର ଦିନ ସ୍ଥାପନ କରାଯାଇଥିଲା । ଗ୍ରାମ ଦେବାଦେବୀଙ୍କ ଠାରେ ଆଜ୍ଞାମାଳ ଅଣାଯିବା ପରେ ପୂଜାର୍ଚ୍ଚନା କରାଯାଇ ଶୁଭଖମ୍ବ ସ୍ଥାପନ କରାଯାଇଥିଲା । ପୂଜାରେ କର୍ତ୍ତା ଭାବେ ଧୁବଲେ ବାଗ ଏବଂ ସନ୍ତୋଷ ମିଶ୍ର ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସବ ଇନିସପେକ୍ଟର ବିନୋଦ କନ୍ଦେଇ ଯୋଗଦେଇଥିଲେ । ୩୯ ତମ ଧନୁଯାତ୍ରା ଆୟୋଜନ କମିଟିର ସଭାପତି ତୁଳସୀରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ଉପସଭାପତି ଶରତଚନ୍ଦ୍ର ସିଂ ଭୋଇ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କୋଷାଧ୍ୟକ୍ଷ ମୁକେଶ ଜୈନ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, ଅର୍ଥ କମିଟି ସମ୍ପାଦକ ବିଦ୍ୟା ଜୈନ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ, ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ସାମ୍ବାଦିକ ଦୀପକ ଦାସ ଯାଦବ, ଅଶୋକ ନାରାୟଣ ଭୋଇ, ରାଧେଶ୍ୟାମ ମେହେର, ଅର୍ଦ୍ଧେନ୍ଦୁ ଦାସ ଯାଦବ, ବୈକୁଣ୍ଠ ସା, ଧୋବା ପୁଟେଲ, ବିନୋଦ ମେହେର, ଗୋପୀନାଥ ସା, ସୁନିଶ ପ୍ରଧାନୀ, ଚିଣ୍ଟୁ ପୁଟେଲ, ଦିଗସନ ମଲ୍ଲିକ, ଗୁଣ ଥନାପତି, ସୁଶୀଲ ସିନ୍ଦୁର, ସୁକାନ୍ତ ମନ୍ତ୍ରୀ, ଭିକାରୀ ସାହୁ, ପ୍ରେମରାଜ ଚୌଧୁରୀ, ଶିବରାମ କଟା ପ୍ରମୁଖଙ୍କ ସହ କମିଟି ସଦସ୍ୟ ଉପସ୍ଥିତ ଥିଲେ । ୩୯ତମ ଧନୁଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ପାଳିତ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।