csstore

ପଦ୍ମପୁର ବ୍ରାହ୍ମଣ ସଭାର ନୂତନ କର୍ମକର୍ତ୍ତା ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ବରିଷ୍ଠ ସଭ୍ୟ ରଘୁନାଥ ତ୍ରିପାଠୀଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପୂର୍ବକ ପଦ୍ମପୁର ବ୍ରାହ୍ମଣ ସମାଜର ଏକ ସାଧାରଣ ସଭା ଆଜି ସମାଜର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଗତ ସାଧାରଣ ସଭା ପରେ ସ୍ଵର୍ଗାରୋହଣ କରିଥିବା ସଭ୍ୟସଭ୍ୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଚଳିତ କାର୍ଯ୍ୟକାରିଣୀର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ରାମଚନ୍ଦ୍ର ତ୍ରିପାଠୀ, ବ୍ୟାଙ୍କ ଅଧିକାରୀ ଜିତେନ୍ଦ୍ରିୟ ନାଥ ଗୁରୁ ଓ ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କୁ ନେଇ ଗଠିତ ଚୟନ କମିଟିଙ୍କ ତତ୍ୱାବଧାନରେ ଜୟନାରାୟଣ ତ୍ରିପାଠୀ ସଭାପତି, ଅଶୋକ କୁମାର ମିଶ୍ର ଉପସଭାପତି, ସଦାନନ୍ଦ ପୁରୋହିତ ସମ୍ପାଦକ, ବଳଦେବ ପାଣିଗ୍ରାହୀ ସହ ସମ୍ପାଦକ, ସୁରେଶ ମିଶ୍ର କୋଷଧ୍ୟକ୍ଷ ତଥା ଚନ୍ଦ୍ରଶେଖର ପୁରୋହିତ ଅଡିଟର ରୂପେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଜିତେନ୍ଦ୍ରିୟ ଦାଶ, ହିମାଂଶୁ ତ୍ରିପାଠୀ, ମଧୁସୂଦନ ଦେବତା, ଜୟରାମ ମହାପାତ୍ର, ଉମେଶ ଚନ୍ଦ୍ର ଦାଶ ଓ ଜିତେନ୍ଦ୍ର ଦାଶ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଦିବ୍ୟ କିଶୋର ପଣ୍ଡା ସଭାକୁ ସଂଯୋଜନା କରିଥିବା ବେଳେ ସଦାନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରାହ୍ମଣ ସମାଜ, ଗାୟତ୍ରୀ ବାହିନୀ, କର୍ମ କାଣ୍ଡିୟ ବ୍ରାହ୍ମଣ ସମାଜର ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.