ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଜୟକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ଦଶରଥ ଦାସ, ସହ ସମ୍ପାଦକ ମଧୁସୂଦନ ତ୍ରିପାଠୀ, ଉପ ସଭାପତି ଛବିଲାଲ ସାହୁ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥାଇ ସଂଘର ଓ ସରକାରର ନୀତିକୁ ଆଲୋଚନା କରିଥିଲେ । ଭାରତୀୟ ସ୍ତରରେ ସାଧାରଣ ସମ୍ପାଦକ ଏସ୍. ଏସ୍. ମହଦେବିଆଙ୍କୁ ଧର୍ମଘଟ କରିଥିବା କାରଣ ଦର୍ଶାଇ ଚାକିରିରୁ ବହିଷ୍କୃତ କରିଛନ୍ତି, ସରକାରଙ୍କ ଏହି ପ୍ରକାର ପଦକ୍ଷେପକୁ ସଂଘ ବିରୋଧ କରି ଦୃଢ଼ ନିନ୍ଦା କରିଛି । କାର୍ଯ୍ୟକାରିଣୀ ବୈଠକ ଶେଷ ହେଲା ପରେ ତାରିଣୀ ପାଢ଼ୀ ବରିଷ୍ଠ ଡାକ ଅଧିକ୍ଷକ ଭୁବନେଶ୍ୱର, ବ୍ରହ୍ମାନନ୍ଦ ବନଛୋର, ବଲାଙ୍ଗିର ଡାକ ସେବକ, ଗୋପାଳ ବେହେରା, ଶାଖା ଡାକପାଲ୍ ଶିବତଲାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ଏହି ଅବସରକାଳୀନ ସଭାରେ ବଲାଙ୍ଗିର ଡାକ ମଣ୍ଡଳର ଅଧିକ୍ଷକ ସଞ୍ଜୟ ବିଶ୍ଵାଳ, ବରିଷ୍ଠ ସଂଘ ନେତା ଅବସର ପ୍ରପ୍ତ ପୋଷ୍ଟ ମାଷ୍ଟର ଦମ୍ବୋଦର ମିଶ୍ର ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ସଭା ସଂଘର ସମ୍ପାଦକ ଦଶରଥ ଦାସ ଓ ସମ୍ପାଦକ ଲଳିତ କରଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ଏହି ବିଦାୟ କାଳୀନ ସଭାରେ ପଦ୍ମନାଭ ବାରିକ ଡାକ କର୍ମଚାରୀ ସଭା ପରିଚାଳନା କରିଥିଲେ । ପରିଶେଷରେ ଖିରୋଦ୍ର ଗଡତ୍ୟା, ସଂଘ କୋଷାଧ୍ୟକ୍ଷ ଧନ୍ୟବାଦ୍ ଅର୍ପଣ କରିଥିଲେ ।