କବି ଭୋଜରାଜ ବୁଡେକ ଶ୍ରୀ ତମ୍ବାପଟ୍ଟା ସାହିତ୍ୟନିଧି ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଢେଙ୍କାନାଲ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ ସାନ୍ଦା ଆନୁକୂଲ୍ୟରେ ଲେଖକ ସଂସଦ ମଣ୍ଡପରେ ୨ୟ ରାଜ୍ୟସ୍ତରୀୟ ସାରସ୍ଵତ ସାହିତ୍ୟ ମହୋତ୍ସବରେ ରବିବାର କବି ଭୋଜରାଜ ବୁଡେକଙ୍କୁ ‘ଶ୍ରୀ ତମ୍ବାପଟ୍ଟା ସାହିତ୍ୟନିଧି ସମ୍ମାନ’ରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରତୀମାରାଣୀ ମିଶ୍ର ଷଡ଼ଙ୍ଗୀ, ବିଶିଷ୍ଟ ଅତିଥି ଜୟନ୍ତୀ ପାତ୍ର, ଅଧ୍ୟକ୍ଷ ସନ୍ତୋଷ ପାଣୀ, ସଭାପତି କୈଳାସ ଚନ୍ଦ୍ର ପଣ୍ଡା, ପ୍ରତିଷ୍ଠାତା ତଥା ସମ୍ପାଦକ ବଟକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କବି ନିକଟରେ କଟକରେ ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ, ବୌଦ୍ଧ ଜିଲ୍ଳାରେ ସଂସ୍କୃତି ସମନ୍ୱୟ ସମ୍ମାନ ଓ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନ, ସମ୍ବଲପୁରରେ ଜାତୀୟ ଗଙ୍ଗାଧର କାବ୍ୟରତ୍ନରେ ସମ୍ମାନିତ ହୋଇଛନ୍ତି । ଶ୍ରୀ ବୁଡେକ ମାଣ୍ଡୋସିଲ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ । ସେ କେବଳ ଶିକ୍ଷକ ନଥିଲେ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା କବି, ଗାଳ୍ପିକ,ଲେଖକ ତଥା ଗୀତିକାର । ତାଙ୍କ ସାରସ୍ଵତ ସାଧନାରେ ଅନେକ କାବ୍ୟ, କବିତା, ଶିଶୁ କବିତା, ଶିଶୁ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ ତଥା ରମ୍ୟ ରଚନା ଲେଖିଛନ୍ତି । ସେ ରାଜ୍ୟରେ ଅନେକ ସାହିତ୍ୟ ସଂସଦ ସହ ଜଡିତ ହୋଇ ଅନେକ ଥର ସମ୍ମାନିତ ହୋଇଛନ୍ତି । ତାଙ୍କ ସଫଳତାରେ ମାଣ୍ଡୋସିଲ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.