ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟଟିଲାଗଡ ରାସ୍ତା ଖର୍ଲିକାନୀ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଚନ୍ଦନଭାଟି ନିବାସୀ ଜୟନ୍ତି ରୋହିଦାସ ବୋଲି ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ସ୍ୱାମୀ ବିରଞ୍ଚି ରୋହିଦାସ ଓ ସ୍ତ୍ରୀ ଜୟନ୍ତୀ ନିଜ ଟିଭିଏସ ଗାଡିରେ ମଦନପୁର ରାମପୁରରୁ ବଲାଙ୍ଗିର ଫେରୁଥିଲେ । ଖର୍ଲିିକାନୀ ଠାରେ ଗାଡି ଚକା ପଞ୍ଚର୍ ହୋଇଥିଲା । ସ୍ୱାମୀ ଗାଡି ଠେଲି ଠେଲି ଯାଉଥିବା ବେଳେ ଆଗରେ ଯାଉଥିବା ସ୍ତ୍ରୀଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଜୟନ୍ତୀ ରାସ୍ତା କଡ ବୁଦା ଭିତରେ ପଡି ମୃତ୍ୟୁ ବରଣ କରିଥିଲେ । ସ୍ୱାମୀ ବିରଞ୍ଚି ସ୍ତ୍ରୀଙ୍କୁ ଖୋଜି ନପାଇବାରୁ ଗ୍ରାମବାସୀଙ୍କୁ ଡକାଇଥିଲେ । ପରେ ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି ବୁଦା ଭିତରୁ ଜୟନ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗ୍ରାମବାସୀ ଉତ୍ୟକ୍ତ ହଇ କିଛି ସମୟ ରାସ୍ତା ଅବରୋଧ କରିଥିଲେ । ସଦର ପୁଲିସ ଘଟଣା ସ୍ଥଳକୁ ପହଞ୍ଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ ।
Next Post