ଡାଲି ଉତ୍ପାଦନରେ ଭାରତ ଏକ ନମ୍ବର ସ୍ଥାନ ପାଇଛି : ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନଙ୍କ ହିତ ସାଧନ ନିମନ୍ତେ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କୃଷି ଓ କୃଷକ ସଶକ୍ତିକରଣଙ୍କ ପ୍ରୋତ୍ସାହନକୁ ଉଜ୍ଜୀବିତ କରାଯାଉଛି । କୃଷକ କଲ୍ୟାଣ ବୋର୍ଡ, ଚାଷୀମାନଙ୍କ ହିତ ଦୃଷ୍ଟିକୁ ସରକାର ଧ୍ୟାନ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଡାଲି ଜାତୀୟ ଶସ୍ୟକୁ ଅଧିକ ପରିମାଣରେ ଉତ୍ପାଦନ କରାଯିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ ଜାରି ରହିଛି । ଏନେଇ ଡାଲି ମିଶନ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଦିଗରେ ଚାଷୀମାନଙ୍କ ହିତ ସାଧନ ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି । ଭାରତରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏକ ବ୍ୟାପକ କୃଷି ଯୋଜନା ପ୍ରସ୍ତୁତ ରଖାଯାଇଛି । ଡାଲି ଉତ୍ପାଦନରେ ଭାରତ ଏକ ନମ୍ବର ସ୍ଥାନ ପାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ତାଙ୍କ ସମ୍ଭାଷଣରେ କହିଛନ୍ତି । ଭାରତବର୍ଷରେ ଆତ୍ମ ନିର୍ଭରଶୀଳତା, ଆମଦାନୀ ହ୍ରାସ ଓ ଉତ୍ପାଦନ ବୃଦ୍ଧି କରିବା । ଏହି ଯୋଜନ ଭାରତ ବର୍ଷରେ ୧.୭ କୋଟି କ୍ଷୁଦ୍ର ଓ ନାମମାତ୍ର କୃଷକ, ମହିଳା ଏବଂ ଯୁବକ ଯୁବତୀଙ୍କୁ ନୂତନ ଜ୍ଞାନ କୌଶଳ, ତାଲିମ ପ୍ରକୃଷ୍ଟ, ବଜାର ଯୋଗେଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ଭାସନ୍ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଓ ଡାଲି ଉତ୍ପାଦନରେ ଭାରତ ବର୍ଷକୁ ଆତ୍ମ ନିର୍ଭରଶୀଳ କରିବ । ଡାଲି ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ ହ୍ରାସ ହେବ । କୃଷି ଭାଇଭଉଣୀମାନେ ଆତ୍ମନିର୍ଭରଶୀଳ ହେବେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, (ବାଣିଜ୍ୟ ପରିବହନ,ଖଣି ଓ ଇସ୍ପାତ ବିଭାଗ) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଗଞ୍ଜାମ ଜିଲ୍ଲାର କୃଷି ଭାଇଭଉଣୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.