ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚେରଙ୍ଗାଝାଞ୍ଜ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସିଆର୍ସିସି ଉଗ୍ରସେନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆର୍ସିସି ରାଧେଶ୍ୟାମ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ସାହୁ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆଶିୟା ବିବି ଓ ଅନୁପମା ନାଥ ଶର୍ମା ଓ ମଳୟ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କ୍ଲଷ୍ଟର ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍କୁଲ ସ୍ତରରେ ଯେଉଁ ଛାତ୍ରଛାତ୍ରୀମାନେ କୃତିତ୍ୱ ଅର୍ଜନ କରିଥିଲେ, ସେମାନେ କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବରେ ଭାଗ ନେଇଥିଲେ । କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସହଦେବ ମାଝୀ, ନିତ୍ୟାନନ୍ଦ ସୁନା, ପ୍ରଫୁଲ୍ଲ ବେହେରା, ମାଧବ ପୁରୋହିତ, ହରିକୃଷ୍ଣ ଦଣ୍ଡସେନା ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଦେବ ଦାଉ, ଭକ୍ତ ବେହେରା, ତିଳୋତ୍ତମା ନାଗ, ସବନମ ସାମଲ, ରୁତୁବାଲା ତ୍ରିପାଠୀ, ଝରଣା ଦାସ, ଲିପ୍ସା ସାହୁ, ରିଙ୍କି ମେହେର, ପଦ୍ମିନୀ ଭୂଏ, ପଦ୍ମାବତୀ ବିଶ୍ୱାଲ, ପଦ୍ମାବତୀ ବରିହା, ସୁରମା ପ୍ରଧାନ, ପ୍ରିୟଙ୍କା ପଟେଲ, ଇନ୍ଦ୍ର ନାଏକ ଏବଂ ପ୍ରଫୁଲ୍ଲ ମେହେର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଯିବେ ।