ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ରଣାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଙ୍କେଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ଆଡ଼ଯୁଆଡ, ସିହିନୀ ପଞ୍ଚାୟତ ସରପଞ୍ଚ ବୀରବର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଭୋଇ, ମଞ୍ଜୁଶ୍ରୀ ରଣା ଓ ଚନ୍ଦନ ରଣା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିରାମ ମାଝୀ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଲିଲୁମୋହନ ପଧାନ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଆନନ୍ଦିନୀ ଥନାପତି, ଅନୁପ୍ରିୟା ତାଣ୍ଡି, ବିନୋଦ ବାରିକ, ଜଗଦୀଶ ସୁନା, ଆଶିଷ କୁମାର ତ୍ରିପାଠୀ, ଶୁଭଶ୍ରୀ ପ୍ରିୟଦର୍ଶିନୀ, ଭରତ ଭୂଷଣ ମାଝୀ, ସୋମେଶ ବହିଦାର, ଉତ୍ତମ କୁମାର ରଣା, ଝୁନୁରାଣୀ ନନ୍ଦ, କୁସୁମ ନାଏକ, ରୋହିତ ନାଗ, ଶୁଭ୍ରାଂଶୁ ତାଣ୍ଡି, ସୁଶାନ୍ତ ନାଏକ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସରସ୍ୱତୀ ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.