ଶିଶୁ ସୁରକ୍ଷା ୟୁନିଟ ତରଫରୁ କନ୍ୟା ସନ୍ତାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବାଲାଜୀ ନର୍ସିଂ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନର୍ସିଂ କଲେଜ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ସହିତ ବେଟି ବଚାଓ ବେଟି ପଢ଼ାଓ, ପଢେଙ୍ଗେ ହମ୍ ବଢ଼େଙ୍ଗେ ହମ୍, ଲଢେଙ୍ଗେ ହମ୍, ଜିତେଙ୍ଗେ ହମ୍ ଏବଂ ମୁଁ ଗୋଟିଏ ଝିଅ, ସହର ସମସ୍ୟା ସମାଧାନ ମୁଁ ନେତୃତ୍ୱ ନେବି ଭଳି ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅଭିଲାଷ ଅଗ୍ରୱାଲ, ନିର୍ଦ୍ଦେଶକ, ବାଲାଜୀ କଲେଜ୍‌ ଅଧ୍ୟକ୍ଷତା କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା କନ୍ୟା ସନ୍ତାନ ସଶକ୍ତିକରଣ, ଶିକ୍ଷା ଓ ସମାନ ଅଧିକାର ପାଇଁ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ସାମାଜିକ କର୍ମୀ ଅରୁଣ ଖୁଆସ ମୁଖ୍ୟ ଅତିଥିଭାବେ କନ୍ୟା ସନ୍ତାନ ଭେଦଭାବ ପୂର୍ଣ୍ଣ ମନୋଭାବ, ହିଂସାକୁ ସମାଜରୁ ସମୂଳେ ବିନାଶ କରି ସମସ୍ତ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ବାତାବରଣରେ ଅଭିବୃଦ୍ଧି ଓ ସଫଳତା ଆଣିପାରିଲେ ଆଜି ଦିବସର ମହତ୍ତ୍ଵ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ସରକାରଙ୍କ ତରଫରୁ ଦିଆଯାଇଥିବା ବିଭିନ୍ନ ପ୍ରକାରର ସଶକ୍ତିକରଣ ଓ ପ୍ରୋତ୍ସାହନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ କନ୍ୟା ସନ୍ତାନମାନେ କିଭଳି ଆଗକୁ ବଢ଼ିବାରେ ସହାୟକ ହୋଇପାରିବେ, ନିଜର ଓ ଜିଲ୍ଲା ସମ୍ମାନ ରକ୍ଷା କରି ପ୍ରତିଷ୍ଠିତ ହେବା ପାଇଁ ଜଣାଇଥିଲେ । ଏହି ଅବସରରେ ବାଲାଜୀ କଲେଜ୍‌ର ଅଧ୍ୟକ୍ଷ କୈଳାଶ ଅଗ୍ରୱାଲ ସରକାରଙ୍କ ଏଭଳି ପ୍ରଶଂସନୀୟ ଉଦ୍ୟମକୁ ସହାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ହରିବନ୍ଧୁ ରାଉତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶିଶୁ ସହାୟତା କେନ୍ଦ୍ରର ପରାମର୍ଶଦାତ୍ରୀ ଶ୍ରଦ୍ଧାଞ୍ଜଳି ସିଂ ୧୦୯୮କୁ ଫୋନ୍ କରି ବିଫଳ ସଙ୍କୁଳ ଅବସ୍ଥାରେ ଶିଶୁକୁ ସହାୟତା କରିବାକୁ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ସହାୟତା କେନ୍ଦ୍ରର ଡଲି ସାହୁ, ଶୁଭମ୍ ଜେନା, ସୁଦନ ଖମାରୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଡଲି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.