ଜାମସେଠରେ ନେଟୱର୍କ ଠପ୍ : ଇଣ୍ଟରନେଟ ଓ ଯୋଗାଯୋଗ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠରେ ୨୪ ଘଣ୍ଟା ହେଲା ନେଟୱର୍କ ଠପ୍ ଯୋଗୁଁ ମୋବାଇଲ ସେବା ତଥା ଇଣ୍ଟରନେଟ ଭଳି ସେବାରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମାଣ୍ଡୋସିଲ କାଦୋଘୁଚା ତଥା ଜାମସେଠ ଅଙ୍ଗନଦୀ ବ୍ରିଜ ନିକଟରେ ଏୟାରଟେଲ ଟାୱାରରେ ଗତକାଲି ଠାରୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଁରେ ନେଟୱର୍କ ନଥିବା ହେତୁ ଇଣ୍ଟରନେଟ ମଧ୍ୟ ଚାଲୁନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଜାମସେଠରେ ଲୋକସଂଖ୍ୟା ପାଖାପାଖି ୨ ହଜାରରୁ ଉର୍ଦ୍ଧ୍ଵ । ଗାଁରେ ସରକାରୀ ଡାକ୍ତରଖାନା, ପଞ୍ଚାୟତ, ବ୍ୟାଙ୍କ, ସମବାୟ ସମିତି, ଆର୍‌ଆଇ ଅଫିସ, ବିଦ୍ୟାଳୟ, ପଶୁ ଡାକ୍ତରଖାନା, ବସଷ୍ଟାଣ୍ଡ ଭଳି ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି । ଜାମସେଠ ଗାଁକୁ ଅଞ୍ଚଳରୁ ବହୁ ଲୋକ ସରକାରୀ ତଥା ବେସରକାରୀ ସୁବିଧା ପାଇଁ ବହୁଲୋକ ପ୍ରତିଦିନ ନିର୍ଭର କରିଥାନ୍ତି । ନେଟୱର୍କ ତଥା ଇଣ୍ଟରନେଟ ବନ୍ଦ ଯୋଗୁଁ ସବୁ ଠପ୍ ହୋଇପଡୁଛି । ଅନଲାଇନ୍ ଆବେଦନ, ଫୋନ ପେ ତଥା ଗୁଗୁଲ ପେ ମଧ୍ୟ ବନ୍ଦ ହୋଇପଡିଛି । ଗାଁରେ ଠିକ୍ ଭାବରେ ୪ଜି କିମ୍ବା ୫ଜି ମଧ୍ୟ ଘର ଭିତରେ ଠିକ୍ ଭାବରେ ପାଉନଥିବା ପୂର୍ବରୁ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏତେ ସୁବିଧା ସୁଯୋଗ ଥାଇବି ଏୟାରଟେଲ, ଜିଓ ତଥା ବିଏସ୍‌ଏନ୍‌ଏଲ୍‌ ଭଳି ଟାୱାର ମଧ୍ୟ ଗାଁରେ ନାହିଁ । ମାଣ୍ଡୋସିଲ କାଦୋଘୁଚା ଏୟାରଟେଲ ଟାୱାର ଜାମସେଠରୁ ୩ କିମି ଦୂରରେ ରହିଛି ଓ ଏହାର ୪ ଜି ରେଞ୍ଜ ୨ କି.ମି ପରିସର ପର୍ଯ୍ୟନ୍ତ ସିମୀତ । ଫଳରେ ଗାଁକୁ ଠିକ୍ ଭାବରେ ଘର ଭିତରେ ଇଣ୍ଟରନେଟ ଚାଲୁ ନାହଁ କି ଫୋନ ମଧ୍ୟ ଲାଗୁ ନାହିଁ । ଗାଁକୁ ୫ କି.ମି ଦୂରରେ ଥିବା ମାଣ୍ଡୋସିଲ, ବରତୁଣ୍ଡା ତଥା ଛିନ୍ଦେଇକେଲା ଗାଁ ଭଳି ଟାୱାରରୁ ଗ୍ରାମବାସୀ ୪ ଜି ସେବା ପାଉଛନ୍ତି କହିଲେ ଚଳେ । ଏଣୁ ଗାଁରେ ଏୟାରଟେଲ, ଜିଓ ତଥା ବିଏସଏନଏଲ ଭଳି ଟାୱାର ରହିଲେ ଲୋକଙ୍କ ବହୁତ ସୁବିଧା ହୋଇପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏନେଇ ବିଭାଗୀୟ ଅଧିକାରୀ ଖବର ପାଇ ସନ୍ଧ୍ୟାରେ ଆସି ମରାମତି କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.