csstore

ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଦୁଲା ପଞ୍ଚାୟତର ୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୪୫ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ । ମୋଟ ୨୬ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ଆସନ୍ତା ୧୭ ଅକ୍ଟୋବରରେ ବ୍ଲକ ସ୍ତରୀୟ ସୁରଭିରେ ଭାଗ ନେବେ । ସିଆର୍‌ସିସି ଦେବାଶିଷ ସାହୁଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ପ୍ରଥମେ ବୁଦୁଲା ପଞ୍ଚାୟତର ସମିତି ସଭ୍ୟା ଉପସ୍ଥିତ ରହି ସୁରଭି ୨୦୨୫କୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ରଜନୀକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରିନା ପଧାନ, ଅନ୍ୟତମ ଅତିଥି ଭାବେ ଗାନ୍ଧୀ ପ୍ରଧାନ, ପରିତୋଷ ପଧାନ, ଅଜିତ୍ କୁମାର ସାହୁ, ତ୍ରିଲୋଚନ ମେର୍ଲ୍ଲି ଯୋଗ ଦେଇ କୃତି ଛାତ୍ରଛତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ରମେଶ ଚନ୍ଦ୍ର ତ୍ରିପାଠୀ, ସନୋଜ କୁମ୍ଭାର, ପ୍ରଦୀପ କୁମାର ଦେବତା, ବାଲେଷ୍ଟର ମେହେର, ପ୍ରିୟବର୍ଦ୍ଧନ ସାହୁ, ଅଞ୍ଚଳ ବିଶ୍ଵାଳ ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ନେଇଥିଲେ । ଅଶ୍ଵିନୀ କୁମାର ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ସ୍ୱରାଜ କ୍ରିଷ୍ଣନ ପଟେଲ, ତୁଲାମଣି ବାରିକ, ଯାଦବ ବାରିକ, ବିନୋଦ ପୁଟେଲ, ସୁଶାନ୍ତ ମଲ୍ଲିକ, ଓମ୍ ପ୍ରିୟା ବାର୍ଲା ପ୍ରମୁଖ ସହଯୋଗ କରୁଥିଲେ ।

jayashree
Leave A Reply

Your email address will not be published.