
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଅଦ୍ୟ ତା. ୧୦.୧୦.୨୦୨୫ ରିଖ ବଲାଙ୍ଗିର, ଶାସ୍ତ୍ରୀନଗର ସ୍ଥିତ ଆଶ୍ରା ପ୍ରତିଷ୍ଠାନରେ ମାନସିକ ଅକ୍ଷମ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ଜିଲ୍ଲା ମାନସିକ ସାମାଜିକ କର୍ମୀ, ଜିଲ୍ଲା ମୁଖ୍ୟାଳୟ ଚିକିତ୍ସା କେନ୍ଦ୍ର, ବଲାଙ୍ଗିର ସେବା କର୍ମୀ, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କ୍ଷୀରୋଧ ତ୍ରିପାଠୀ, ଆଶ୍ରା ପ୍ରତିଷ୍ଠାନର ସଚିବ ରଂଜିତ ପ୍ରସାଦ ମହାନ୍ତି. ଏମ୍.ଆର୍. ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ମହାନ୍ତି ପ୍ରମୁଖ ଯୋଗଦାନ କରିବା ସହିତ ସେଠାରେ ଥିବା ମାନସିକ ଅକ୍ଷମ ଅନ୍ତେବାସୀମାନେ ସମସ୍ତ ସୁବିଧା ସୁଯୋଗ କିପରି ପାଇପାରିବେ ସେ ନିମନ୍ତେ ଚିନ୍ତା ପ୍ରକଟ କରିବା ସହିତ ସେମାନେ କିପରି ମାନସିକ ସ୍ତରରେ ସୁସ୍ଥ ହୋଇପାରିବେ ସେଥି ପାଇଁ ମଙ୍ଗଳ କାମନା କରିଥିଲେ । ଶ୍ରୀଯୁକ୍ତ ସଚିବ ମାନସିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଆଇନ ସେବା ପ୍ରାଧିକରଣର ଭୂମିକା ଓ ଏଲ୍ଏସ୍ୟୁଏମ୍ କମିଟିର କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ ।