କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାସ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଓ ସ୍ଥାନକୁ ପରିଭ୍ରମଣରେ ଆସିଥିବା ବେଳେ କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଆସୁଥିଲେ । ଶୁକ୍ରବାର କେସିଙ୍ଗା କିନେରକେଲା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗାଢ଼ରେ ତାଙ୍କ ଗାଡି ପଡିଯାଇଥିଲା । ଏହା ପରେ ତାଙ୍କ ଗାଡିର ଦୁଇଟି ଚକ ଫାଟି ଯିବା ସହ ଗାଡି ଭାରସାମ୍ୟ ହରାଇଥିଲା । ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯିବା ସହିତ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା । ଜାତୀୟ ରାଜପଥର ଅନେକ ସ୍ଥାନରେ ଗାଢ଼ ଥିବା ସତ୍ୱେ ବିଭାଗ କାହିଁକି ତତ୍ପରତା ଦେଖାଉ ନାହିଁ ଓ ଏହାକୁ ମରାମତି କରାଯାଉନଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି ।