ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡ଼ିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ତେବେ ବରଗଡ଼ ପରି ଏକ ବିକଶିତ ଜିଲ୍ଲାରେ ଥାଇ ମଧ୍ୟ ଏହି ଅଞ୍ଚଳ ତାହାର ଭୌଗୋଳିକ ସ୍ଥିତି ଯୋଗୁଁ ଅର୍ଦ୍ଧ ବିକଶିତ ହୋଇଥିବା ବେଳେ, ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନକୁ ନେଇ ଦାବି କରି ଆସୁଛନ୍ତି । ତେବେ ଦୀର୍ଘ ଦିନର ଅଭିଳାଶା ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ପରିଲକ୍ଷିତ ହୋଇଛି । ପଦ୍ମପୁରବାସୀଙ୍କର ଦୀର୍ଘ ଦିନର ଦାବି ରେଳପଥ ଏବଂ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ପଦ୍ମପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ନେଇ ଆଜି ପଦ୍ମପୁର ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ବୋଡାସମ୍ବର ମାଟିର ଗୌରବ ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଥିବା ବେଳେ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିଥିବାରୁ ଓଡ଼ିଶା ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପଦ୍ମପୁରବାସୀ । ତେବେ ଗତ ଉପ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପ୍ରଚାର ସମୟରେ ଦେଇଥିବା ନିର୍ବାଚନୀ ପ୍ରତିଶୃତି ଗୋଟିଏ ପରେ ଗୋଟିଏ ପୂରଣ କରି ଚାଲିଥିବାରୁ ପଦ୍ମପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ବୋଡ଼ାସମ୍ବରବାସୀଙ୍କ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ କାର୍ଯ୍ୟ ପ୍ରୟାରମ୍ଭ କରିବାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ପ୍ରୟାସ କରି ଚାଲିଥିବା କହିଛନ୍ତି ସାଂସଦ । ତେବେ ଆଗାମୀ ଦିନରେ ପଦ୍ମପୁର ନିଜର ପୁର୍ଣ୍ଣ ବିକାଶର ସ୍ୱପ୍ନକୁ ହାସଲ କରିବାରେ ଶୀଘ୍ର ସଫଳ ହେବ ଯେଉଁଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପୁର୍ଣ୍ଣତଃ ସହଯୋଗ କରିବେ ବୋଲି କହିଛନ୍ତି ସାଂସଦ । ତେବେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଗୋବର୍ଦ୍ଧନ ଭୁଏ, ଯୁବନେତା ପ୍ରୀତେଶ କୁମାର ବହିଦାର ଉପସ୍ଥିତ ଥିବା ବେଳେ ଘୋଷଣାକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି ଅନ୍ୟାନ୍ୟ କର୍ମୀ ଓ ଜନସାଧାରଣ ।

Leave A Reply

Your email address will not be published.