ଗୋଇମୁଣ୍ଡ ଗ୍ରାମରେ ଅନୁଷ୍ଠିତ ପାର୍ବଣ ଉତ୍ସବ “ଦଶରା” ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମଠାରେ ଅନୁଷ୍ଠିତ ୪୯ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଆୟୋଜିତ ପାର୍ବଣ ଉତ୍ସବ “ଦଶରା” ଉଦଯାପିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂଜାକର୍ତ୍ତା ମହିଧର ଭୋଇ, ସମ୍ମାନିତ ଅତିଥି କାର୍ଯ୍ୟକାରୀ ସଭାପତି ମୀନିକେତନ ସାହୁ, ଉପସଭାପତି ଧନସିଂ ବାଗ, କୋଷାଧ୍ୟକ୍ଷ ଗୋରେଖ ଭୋଇ, ସାଂସ୍କୃତିକ ସମ୍ପାଦକ ତରଣୀସେନ ସାହୁ, ବିନୋଦ ବିହାରୀ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ । ସମ୍ପାଦକ ଭକ୍ତବନ୍ଧୁ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦୁର୍ଗାପୂଜା ମାଧ୍ୟମରେ ମାତୃଶକ୍ତିର ଉପାସନା ସହ ଗ୍ରାମ୍ୟ, କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରାଯାଉଛି । ଗ୍ରାମରେ ଏକତା, ଭାଇଚାରା ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କୁ “ଗାଁ ମାଟି ଗୌରବ ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଝିଅମାନଙ୍କୁ ପୁରସ୍କୃତ କରାଯାଇଥିଲା । ମା’ ଦୁର୍ଗାଙ୍କ ପୂଜାରେ ପୂଜା କର୍ତ୍ତା ଭାବେ ମହିଧର ଭୋଇ ଓ ତାଙ୍କ ସହଧର୍ମିଣୀ କମଳିନୀ ଭୋଇ, ପୂଜକ ଭାବେ ଶେଷଦେଵ ନନ୍ଦ ଦାୟିତ୍ୱ ତୁଲାଇଥିଲେ । ଗୋରେଖ ଭୋଇ, ମୀନିକେତନ ସାହୁ, କୈଳାସ ସାହୁ, ବିନୋଦ ସାହୁ, ରୋହିତ ଭୋଇ, ଯୁବରାଜ ଭୋଇ, ଲଳିତ ମୋହନ ଭୋଇ, ଓମପ୍ରକାଶ ସାହୁ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ସହସମ୍ପାଦକ ଚିତ୍ତରଞ୍ଜନ ସାହୁ, କମିଟି ସଦସ୍ୟ ଇନ୍ଦ୍ରମଣି ମାଝୀ, ଅମିତ ରଣା, ସୋମନାଥ ସାହୁ, କମ୍ବୁ ସାହୁ, ବାବୁନା ସାହୁ, ଲବ ନାଏକ, ମଣ୍ଟୁ ନାଏକ, ରମେଶ ସାହୁ, ମହେନ୍ଦ୍ର ସାହୁ, ଋପେଶ ସାହୁ, ଗୋବିନ୍ଦ ସାହୁ, ଜିତେନ୍ଦ୍ର ବାଗ, ଫକୀର ସାହୁ, ରିବୁଲ ସାହୁ, ରତନ ଭୋଇ, ସୁଦାମ ସାହୁ, ତିର ଭୋଇ, ବେଲାର ଭୋଇ, ରାଜୀବ ଭୋଇଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.