ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତର ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲିତ ମୋହନ ଦଣ୍ଡସେନାଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ଚାଷୀ ସ୍ୱର୍ଗତ ଭଗବାନ ଦଣ୍ଡସେନାଙ୍କ ପୁତ୍ରବଧୂ ବାଳମତୀ ଦଣ୍ଡସେନା (୬୫)ଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣ ମହିଳା, ଶାନ୍ତି ସରଳ ମେଳାପି । ଲୋକଙ୍କୁ ବହୁ ଆଦର ସେହ୍ନ କରୁଥିଲେ । ତାଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପଛରେ ସ୍ୱାମୀ ଲଲିତ, ପୁଅ ଦିଲ୍ଲୀପ, ପୁତ୍ରବଧୂ, ଝିଅଜ୍ୱାଇଁ, ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ପରିଜନଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ ପୁଅ ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ ।