ଶାରଳା ଶକ୍ତିପୀଠରେ ଷୋହଳ ପୂଜା ତଥା ଖଣ୍ଡାବସା ପର୍ବ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ୧୬ ପୂଜା ତଥା ଖଣ୍ଡାବସା ପର୍ବ ମହାନବମୀ ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସହସ୍ର କୁମ୍ଭାଭିଷେକ ଆୟୋଜିତ ହେବା ସହିତ ପ୍ରତ୍ୟହ ଦେବୀଙ୍କ ଅବତାର ବେଶ କରାଯାଇ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବୁଲୁ ବହିଦାର, ବ୍ରଜମୋହନ ବିଶୋଇ, ଅନନ୍ତ ସେଠ୍, ସୁରେନ୍ଦ୍ର କୁଅଁର, ସୁରଜ ସିଂ, ଜିତ ପଧାନ, ଘାସିରାମ ପୁଟା, ଅଜୟ ବେହେରା, ଉତ୍ତମ କବାଟ, ଜୀବର୍ଦ୍ଧନ ଧରୁଆ, ସତ୍ୟ ମେହେର, ଡା. ମୋହନ ମେହେର, ସୁବାସ ମିର୍ଦ୍ଧା ପ୍ରମୁଖ ସପତ୍ନିକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ମହା ନବମୀ ତିଥିରେ ଦେବୀଙ୍କ ବଏଲ ଉଭା ହୋଇ ଖଣ୍ଡାଉଠା କାର୍ଯ୍ୟକ୍ରମ ପରେ ନଗର ପରିକ୍ରମା, ହୋମକୁଣ୍ଡ ଦର୍ଶନ ପୂର୍ବକ ଯଜ୍ଞର ପରିସମାପ୍ତି ହୋଇଥିଲା । ପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ମୁରଲୀ ଭୋଇ ଓ ମୁଖ୍ୟ ପୂଜକ ଘାସିରାମ ପୁଟାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମୁକେଶ ଭୋଇ, ଡାକ୍ତର କୁଅଁର, ପ୍ରକାଶ ମହାରଣା, ପ୍ରଭା ମରେଇ, ମିତା କୁଅଁର, ରୀତା ମେହେର, ବିଜୁଳି ମିର୍ଦ୍ଧା, ବେବି ମେହେର, ଉତ୍ତରା କୁଅଁର, ରଶ୍ମିତା ଢ଼ଶା, ଅଞ୍ଜନା ଧରୁଆ, ଆରତୀ ରାଏ, ଅନୁ ଧରୁଆ, ସାଲିନି କୁଅଁର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.