ନାରୀ ଶକ୍ତି ସ୍ୱରୂପା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଏନ୍‌ଜିଓ ବା ସ୍ୱେଚ୍ଛାସେବୀ ସଂସ୍ଥା ‘ପ୍ରୟାସ’ ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ‘ନାରୀ ଶକ୍ତି ସ୍ୱରୂପା’ କାର୍ଯ୍ୟକ୍ରମରେ ଜନ୍ମ ନେଇଥିବା ନବଜାତ ଶିଶୁ କନ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ପ୍ରକାଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡାକ୍ତର ଶିବାଶିଷ ମହାନ୍ତି, ଜଏଣ୍ଟ ଡାଇରେକ୍ଟର ଫିଜିକାଲ ହେଲ୍‌ଥ୍‌ ଯୋଗ ଦେଇ ନାରୀ ଜନନୀ ଜାୟା ଶକ୍ତି ସ୍ୱରୂପିଣୀ ତାଙ୍କର ସମାଜ ଓ ସୃଷ୍ଟି ପ୍ରତି ଅବଦାନ ଶାଶ୍ୱତ ସତ୍ୟ । ନାରୀ ଭୃଣହତ୍ୟାରୁ ଦୂରେଇ ତାଙ୍କୁ ପ୍ରାଧାନ୍ୟ ଦେବା ଅନିବାର୍ଯ୍ୟ ଓ ଏଭଳି ପାପ କାର୍ଯ୍ୟରୁ ଦୂରେଇ ସୃଷ୍ଟିକୁ ସମ୍ମାନ ଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ କାର୍ଯ୍ୟରତ ବିଭାଗୀୟ ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ମା’ମାନଙ୍କୁ ନାରୀର ଅବଦାନ ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ପାଦକ ଡାକ୍ତର ସଞ୍ଜିତ ମିଶ୍ର ମଧ୍ୟ ତଦନୁରୂପ ଅଭିଭାଷଣ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମେଡିଆସେଲ ସଂଯୋଜକ ରଘୁନାଥ ପୁରୀ, ସହ ସମ୍ପାଦକ ସୁମନ୍ତ ସାହୁଙ୍କ ସମେତ ତୁଳାରାମ ସାହୁ, ଡାକ୍ତର ସୁଦୀପ୍ତ ସାହୁ, ଅନିଲ କାନୁନଗୋ, ଦିଲ୍ଲୀପ ବାରିକ, ସରୋଜ ମେହେର, ଈଶ୍ୱର ସାହା, ଇନ୍ଦ୍ରମଣି ପୁରୋହିତ, ସରୋଜ ପ୍ରସାଦ ଷଡ଼ଙ୍ଗୀ, ଅଶୋକ ମିଶ୍ର, ସୁଧୀର ପଣ୍ଡା, ବ୍ରଜ ମୋହନ ସାହୁ, ଅଭୟ ଚରଣ ନାୟକ, ନିରୋଜ ସିହ୍ନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.