ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଟ୍ରକ୍‌ ଧକ୍କାରେ ୩ ଗୁରୁତର

ବରଗଡ, (ମୁନ୍ନା ସାହୁ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ୍‌ ଧକ୍କାରେ ୩ ଗୁରୁତର । ସୂଚନା ଅନୁସାରେ ଆଜି ଭୋର୍‌ ସକାଳ ୪ଟାରେ ଘୁଲିପାଲି ଛକରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ ଉଭୟ ଟ୍ରକର ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି । ଘୁଲିପାଲି ଛକରେ ଥିବା ସ୍ପିଡ଼ ବ୍ରେକର ଠାରେ ଗୋଟେ ଟ୍ରକକୁ ଅନ୍ୟ ଏକ ଟ୍ରକ ଦ୍ରୁତଗତିରେ ପଛ ପଟୁ ଧକ୍କା ଦେବାରୁ ଉଭୟ ଟ୍ରକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପଛପଟୁ ଧକ୍କା ଦେଇଥିବା ଟ୍ରକର ହେଲ୍ପର ଟ୍ରକ ଭିତରେ ଫସି ରହିଥିବା ବେଳେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଲୋକେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ।

Leave A Reply

Your email address will not be published.