ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ହିଁ ମଣିଷକୁ କ୍ରିୟାଶୀଳ ଓ ସଫଳ କରାଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟର ଆବଶ୍ୟକତା ରହିଛି । ଖାଦ୍ୟରେ ପୋଷକ ତତ୍ତ୍ୱର ଉପସ୍ଥିତି ନିତାନ୍ତ ଆବଶ୍ୟକ । ପୋଷକ ତତ୍ତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷ ଆଜି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାର୍ଯ୍ୟକମଟିର ଶୀର୍ଷକ ରହିଥିଲା ‘YOUR HEALTH IS WHAT YOU EAT ‘ । ଏହି କାର୍ଯ୍ୟକ୍ରମଟି ବିଶ୍ଵବିଦ୍ୟାଳୟର ବି.ଏସ୍.ସି (ନର୍ସିଂ) ଓ ଜି.ଏନ୍.ଏମ୍ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଉଦଘାଟିତ ଓ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମଟିର ମୂଳ ଉଦ୍ଦେଶ୍ୟ ଥିଲା ସୁଷମ ଖାଦ୍ୟର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା । ଛାତ୍ରଛାତ୍ରୀମାନେ କ୍ୟାଲୋରୀକ ଚାର୍ଟ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନେ ପୋଷକ ତତ୍ତ୍ୱ, ପରିଷ୍କାର ପରିଚ୍ଛନ୍ନତା ଓ ସୁଷମ ଖାଦ୍ୟ ବିଷୟରେ ଆକର୍ଷଣୀୟ ଉପସ୍ଥାପନା କରିଥିଲେ । ଏହା ଅତ୍ୟନ୍ତ ଶିକ୍ଷଣୀୟ ଓ ସୂଚନାଧର୍ମୀ ଥିଲା । ଏହି ଉପସ୍ଥାପନାରେ ଛାତ୍ର ଅଙ୍କିତ କୁମାର ଦାଶ, ଆୟୁଷ ସାହୁ, ସିମରନ ବେହେରା, ତୁଷିତ କୁମାର, ରଜତ, ରୁବେନ, ମଧୁସ୍ମିତା ଖୁରା, ଆକାଂକ୍ଷା ଠାକୁର, ଆୟୁଷ ମେହେରା ଏବଂ ବି.ଏସ୍.ସି ନର୍ସିଂ ଓ ଜି.ଏନ୍.ଏମ୍ର ୫୦ ଜଣ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ଷଡ଼ଙ୍ଗୀଙ୍କ ବ୍ୟତୀତ ଆନ୍ୟାନ୍ୟ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ବି.ଏସ୍.ସି (ବିଜ୍ଞାନ) ବିଭାଗର ଅଧ୍ୟକ୍ଷ ଓ ନର୍ସିଂ ବିଭାଗର ସଂଯୋଜକ ସୋମନାଥ ଷଡ଼ଙ୍ଗୀ, ନର୍ସିଂ ବିଭାଗର ଅଧ୍ୟକ୍ଷା ଡ଼. ରୋଜଲିନ ଷ୍ଟିଫେନ, ନର୍ସିଂ ବିଭାଗର ଉପାଧ୍ୟକ୍ଷା ଶ୍ରୀମତୀ ପ୍ରିୟା ପ୍ରିସ୍କିଲା, ସି.ଏଚ୍.ଏସ୍.ଇ ବିଭାଗର ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ଼. ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା, ଫାର୍ମାସି ବିଭାଗର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ରଞ୍ଜିତ, ଏଚ୍ଆର୍ ଶ୍ରୀମତୀ ପ୍ରତିଭା ଶତପଥି ଓ ନର୍ସିଂ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହାୟତା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଅଧ୍ୟାପିକା ଇଶା ସ୍ୱାଇଁ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଚାଳିତ ହୋଇଥିଲା । ବାସ୍ତବରେ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।