ଭାଲୁମୁଣ୍ଡାରେ ମହିଳା ସାମୂକ୍ଷ ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ପଞ୍ଚମ ବାର୍ଷିକ ସାଧାରଣ ପରିଷଦ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଂଗାଧର ମେହେର ଧର୍ମଶାଳା ଠାରେ ମହିଳା ସାମୂକ୍ଷ ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ୫ମ ବାର୍ଷିକ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବି.ପି.ଏମ୍ ସତ୍ୟପ୍ରିୟ ବେହେରା, ସମ୍ମାନିତ ଅତିଥି ଭାବେ ଶ୍ରମିକ ଶକ୍ତିସଂଘର ସଂପାଦକ ପୁରନ୍ଦରହଂସ, ମୁଖ୍ୟବକ୍ତା ଶ୍ରମିକ ଶକ୍ତି ସଂଘ ସଭାପତି ଥବିରସିଂହ ଧରୁଆ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କମ୍ପାନୀର ହିସାବ ରକ୍ଷକ ସିଦ୍ଧାନ୍ତ ମିଶ୍ର ବାର୍ଷିକୀ ବିବରଣୀ ପାଠ କରିଥିଲେ ଓ ଶେଷରେ ଏପିସି ପ୍ରୋଗ୍ରାମ ମେନେଜର ଗୁରୂଗୋବିନ୍ଦ ସିଂହ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ଶ୍ରୀମତୀ କାନ୍ତିଲତା ଭୋଇ ସମସ୍ତ ଅଂଶିଦାର ମାନଙ୍କୁ କମ୍ପାନୀର କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ଆବାନ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ନିରବତୀ ନାଗ ଓ ସସ୍ମିତା ପୋଡଙ୍କ ସହିତ ପ୍ରମୋଟରମାନେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ସମୀର, ତପନ, ସୁରେଶ, ସୁମନ୍ତ, କୈବଲ୍ୟ, ଦିବ୍ୟ, ସଂଗୀତା, ତପସ୍ଵିନୀ, ବିନୋଦ, ପରେଶ, ଦୁର୍ଗେଶ, ତୁଳାବତୀ ପ୍ରମୂଖ ସହଯୋଗ କରିଥିଲେ । କମ୍ପାନୀର ଉନ୍ନତି ପାଇଁ କାର୍ଯ୍ୟରେ ସହଯୋଗ କରିଆସୁଥିବା ଉତ୍ପାଦକ ଗୋଷ୍ଠୀ, ମହିଳା ଚାଷୀ, କୃଷି ଉଦ୍ୟମୀଙ୍କୁ ମାନପତ୍ର ସହିତ ଉପଢୌକନ ଅତିଥୂଙ୍କ ହାତରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଦ୍‌ଘୋଷିକା ଦାୟିତ୍ୱ ଶ୍ରୀମତୀ ସୋଭାଗିନୀ ରଣା ତୁଳାଇଥିଲେ ।

Leave A Reply

Your email address will not be published.