ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଗୋଡାଉନ ଘରେ ଗତରାତିରେ ଅଜଣା ଚୋରମାନେ ସଟର ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗୋଡାଉନରୁ ସୋଲାର ମୋଟର ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସନ୍ଦେହ ରହିଛି । ସକାଳେ କାର୍ଯ୍ୟାଳୟ କର୍ମଚାରୀମାନେ ଆସିବାବେଳେ ସଟର ଭାଙ୍ଗିଥିବା ଦେଖି ଖବରକୁ ଉଚ୍ଚାଧିକାରୀ ଓ ସ୍ଥାନୀୟ ପୁଲିସଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସମଗ୍ର ପରିସ୍ଥିତି ଅଧ୍ୟୟନ କରିଛି । ସ୍ଥାନୀୟଙ୍କ କଥା ଅନୁସାରେ ଗୋଡାଉନ ଘରେ ସୁରକ୍ଷା ବ୍ୟବସ୍ଥା ଅଳ୍ପ ଥିବାରୁ ଏପରି ଘଟଣା ଘଟିଥିବା ସମ୍ଭାବନା ରହିଛି । ଚୋରମାନେ କେବେ ଓ କିପରି ପ୍ରବେଶ କରିଥିଲେ, ଏବଂ କ’ଣ କ’ଣ ସାମଗ୍ରୀ ଚୋରି ହୋଇଛି ସେଥିପାଇଁ ପୁଲିସ ପୂର୍ଣ୍ଣ ତଦନ୍ତ କରୁଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟମାନେ ବିଭାଗକୁ ଗୋଡାଉନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଦାବି କରିଛନ୍ତି ।
Prev Post