ଜାତୀୟ ରାଜପଥ ୫୨୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ, ୧୨ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଇଡା ବ୍ଲକର କେ. ବାଳାଙ୍ଗ ଥାନା ଅଧୀନ ଜାତୀୟ ରାଜପଥ ୫୨୦ରେ ଆଜି ଗୋଟିଏ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ରାଉରକେଲାରୁ କୋଇଡାକୁ ଯାଉଥିବା ଲିଙ୍ଗରାଜ ନାମକ ବେସରକାରୀ ବସ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ପ୍ରଭାବ ଏତେ ଭୟାବହ ଥିଲା କି, ୬ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଯାତ୍ରୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ପାଇବା ପରେ ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବସରେ ଅଟକିଥିବା ଯାତ୍ରୀଙ୍କୁ କଟର୍ ଦ୍ୱାରା ବାହାର କରାଯାଉଛି । ଏହି ଦୁର୍ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.