ମାଓବାଦୀଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ; ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

  • ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁର ଅବୁଝମାଦରେ ସୁରକ୍ଷା ବାହିନୀଙ୍କ ଅଭିଯାନ : ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ନିପାତ
  • ନିପାତ ହୋଇଥିବା ଉଭୟ ନକ୍ସଲ ନେତାଙ୍କ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କାର ପୁରସ୍କାର
  • ଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସାଲମାନଙ୍କ ଶୀର୍ଷ ନେତୃତ୍ୱକୁ ନିପାତ କରି ଲାଲ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗୁଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ହାସଲ କରିଥିବା ଆଉ ଏକ ବଡ଼ ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ଆମ ସୁରକ୍ଷା ବାହିନୀ ନକ୍ସଲଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ ହାସଲ କରିଛନ୍ତି । ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁରର ଆବୁଝମାଦ ଅଞ୍ଚଳରେ ଆମ ସେନା ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ-କାଦରୀ ସତ୍ୟନାରାୟଣ ରେଡ୍ଡୀ ଓରଫ କୋସା, କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ଉଭୟ ମାଓବାଦୀ ନେତାଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା । ଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସଲମାନଙ୍କ ଶୀର୍ଷ ନେତୃତ୍ୱକୁ ନିପାତ କରି ଲାଲ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିଛନ୍ତି ।

Leave A Reply

Your email address will not be published.