ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ପ୍ରହଲ୍ଲାଦ ପଣ୍ଡାଙ୍କ ୮୯ ବର୍ଷ ବୟସରେ ଶନିବାର ପ୍ରାତଃ ସମୟରେ ତାଙ୍କ କଲମପୁର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ସେ ଅତ୍ୟନ୍ତ ସରଳ, ଆଧ୍ୟାତ୍ମିକବାଦୀ, ଅମାୟିକ ବ୍ୟକ୍ତିତ୍ୱ ଥିଲେ । ଦୀର୍ଘ ବର୍ଷ ଧରି କାଳୀକୃଷ୍ଣ ସଂଘର ସଭାପତି ଦାୟିତ୍ୱରେ ରହି ସଂଘର ପ୍ରଚାର ପ୍ରସାର କରିଥିଲେ । କର୍ମମୟ ଜୀବନରେ ଦୀର୍ଘ ବର୍ଷ ଧରି କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ । ଅନ୍ତିମ ଶଯ୍ୟା ନିକଟରେ ପୁଅ ମନୋରଞ୍ଜନ, ଚିତ୍ତରଞ୍ଜନ, ପୁତ୍ର ବଧୂ, ନାତିନାତୁଣୀ, ଝିଅ ଜ୍ୱାଇଁମାନେ ଉପସ୍ଥିତ ଥିଲେ । ପୁଅ ମନୋରଞ୍ଜନ (ଲାଲୁ) ଏବଂ ଚିତ୍ତରଞ୍ଜନ ମୁଖାଗ୍ନି ଦେଇଥିଲେ । ଶବାଧାରରେ ଗ୍ରାମ ତଥା ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଯୋଗ ଦେଇ ଅନ୍ତିମ ସଂସ୍କାର କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଏହି ଦୁଃଖଦ ଖବର ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାଳୀକୃଷ୍ଣ ସଂଘ ସଂଚାଳକ ଜଗଦାନନ୍ଦ ଜୀଙ୍କ ସମେତ ଅନେକ ଆଡୁ ଶୋକାବାର୍ତ୍ତା ପରିବାର ବର୍ଗଙ୍କ ପାଖକୁ ଆସୁଛି ।

Leave A Reply

Your email address will not be published.