ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ

ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ । ଓଡିଶା ଭିଜିଲାନ୍ସ ପଞ୍ଚାରେ କାଶୀପୁର ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ ଧରାପଡିଥିବା ସୂଚନା ମିଳିଛି । ଆଜି ରାୟଗଡା ବନ ବିଭାଗ, ଅନ୍ତର୍ଗତ କାଶୀପୁର ରେଞ୍ଜ ଅଧିକାରୀ ଅନ୍ତର୍ୟ୍ୟାମୀ ସାହୁଙ୍କ ଦ୍ୱାରା ଆୟର ଜ୍ଞାତ ଉତ୍ସ ଠାରୁ ଅଧିକ ସମ୍ପତ୍ତି (ଡ଼ିଏ) ରଖିବା ଅଭିଯୋଗରେ, ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁର ଓ କୋରାପୁଟଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ୭ ଜଣ ଡ଼ିଏସ୍‌ପପିଏସ୍‌, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍‌ଆଈ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି । କନ୍ଧମାଳ, ଗଞ୍ଜାମ, ନୟାଗଡ ଏବଂ ରାୟଗଡା ଜିଲ୍ଲାର ୯ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ରହିଛି ।

Leave A Reply

Your email address will not be published.