ଗଞ୍ଜାମ ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସୀପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପୌରୋହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ନାରୀ ମାନଙ୍କ ଉପରେ ଆଧାର କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବ୍ଲକ୍ ମୁନିସୀପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ସିଡିଏମ୍‌ଓଙ୍କ ଉପସ୍ଥିତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଛତ୍ରପୁର ବ୍ଳକ ଜନସ୍ଵାସ୍ଥ୍ୟ ଅଧିକାରୀ ତଥା ମୁନିସୀପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ଵାଧୀନ କୁମାର ରଥ ଏହି କାର୍ଯ୍ୟକ୍ରମକୁ ସକ୍ରୀୟ ପରିଚାଳନା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ବିଶଦ ସୁବିଧା ସୁଯୋଗ ଏବଂ ମହିଳାମାନଙ୍କର ସ୍ଵାସ୍ଥ୍ୟ ସମସ୍ୟା ଉପରେ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ଏହା ଦ୍ଵାରା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କରିଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ବିଭାଗର ଡାକ୍ତର ତଥା ମାନସିକ ରୋଗୀ ବିଶେଷଜ୍ଞ ଡ଼ା ସ୍ଵାତୀ ମିଶ୍ର, ମେଡ଼ିସିନ୍ ବିଶେଷଜ୍ଞ ଡ଼ା. ଉମା ଶଙ୍କର ମିଶ୍ର, ସର୍ଜରୀ ବିଶେଷଜ୍ଞ ଡ଼ା. ସନ୍ତୋଷ କୁମାର ପଣ୍ଡା, ଡ଼ା. ତରୁଣ ବିଶ୍ଵାଳ, ଡ଼ା. ଧରିତ୍ରୀ ସିଂ, ଦନ୍ତ ଚିକିତ୍ସକ ଡ଼ା. ଅଜିତ୍ କୁମାର ନାୟକ, ଡ଼ା. ରାଜେନ୍ଦ୍ର କୁମାର ବେହେରା, ମେଡ଼ିକାଲ୍ ସୁପରିନଟେଣ୍ଡଣ୍ଟ ଡ଼ା. ସ୍ଵାଧୀନ କୁମାର ରଥ, ଡ଼ା. ପୂର୍ଣ୍ଣଚନ୍ଦ୍ର ନାୟକ, ଡ଼ା. ମଧୁସ୍ମିତା ବେହେରା, ଡ଼ା. ଚନ୍ଦ୍ର ଶେଖର ମିଶ୍ର, ସମସ୍ତ ଡାକ୍ତରଙ୍କ ବିଭିନ୍ନ ବିଭାଗ କ୍ୟାମ୍ପ କରାଯାଇ ବୁଧବାର ଠାରୁ ଆଗାମୀ ଦୁଇ ତାରିଖ ପର୍ଯ୍ୟନ୍ତ ନାରୀ ମାନଙ୍କ ବିଭିନ୍ନ ପ୍ରକାର ହେଇଥିବା ରୋଗକୁ ଚିହ୍ନଟ କରିବା ପାଇଁ ହେଲ୍‌ଥ ସ୍କ୍ରିଂ କ୍ୟାମ୍ପ ଆରମ୍ଭ କରାଗଲା । ବୁଧବାର ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମତିଥି ତଥା ବିଶ୍ଵକର୍ମା ପୂଜା ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ପାଖାପାଖି ୮ ହଜାରରୁ ଅଧିକ କେବଳ ନାରୀମାନଙ୍କୁ ତାଙ୍କର ପରୀକ୍ଷଣ, ସମୂର୍ଣ୍ଣ ମାଗଣା ଔଷଧ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମରେ କରାଯିବ । ଏହା ଦ୍ୱାରା ରୋଗୀ ମାନଙ୍କ ଠାରେ ଦେଖା ଯାଉଥିବା ନାରୀ ମାନଙ୍କ କଲେଜ୍ ହଷ୍ଟେଲ କିମ୍ବା ପୋଲିସ୍ କାର୍ଯ୍ୟାଳୟରେ ନାରୀମାନେ ଥିବା ଓ ଶିକ୍ଷୟତ୍ରୀମାନଙ୍କ ମଧ୍ୟ ସମସ୍ତ ସମସ୍ୟାକୁ ସମାଧାନ କରାଯିବ । ଏହା ଆଗାମୀ ଦିନକୁ ସ୍ଥିର କରାଗଲା । ଏହା ସହ ରକ୍ତଦାନ ଶିବିର କରିବା ଏବଂ ଚକ୍ଷୁ ଚିକିତ୍ସା ସେବା ଶିବିର ୨ ତାରିଖ ଭିତରେ କରାଯିବର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ, ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାଣିଗ୍ରାହୀ, ସରପଂଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ମିଟୁ ସେନାପତି ଏବଂ ସମସ୍ତ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଟିବି ରୋଗୀ ମାନଙ୍କୁ ପୋଷଣ ଯୋଗ୍ୟ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏବଂ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ଓ ବିଧାୟକଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୫୩୭ ମେଡ଼ିକାଲରେ ଏକ କାଳୀନ ୧୭ ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.