ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ନୃସିଂହନାଥ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ଭୋଇ, ପାଇକମାଲ ତହସିଲଦାର ସିନ୍ଦୁସୂତା ପାତ୍ର, ପାଇକମାଲ ସରପଞ୍ଚ ତୁଲାବତୀ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ୭୫ଟି ବୃକ୍ଷରୋପଣ କରାଯାଇଥିଲା ।