ଭୁବନେଶ୍ୱର : ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍ ଆକ୍ୱାରିୟମ୍ କରିବା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ଯୋଜନା କରୁଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ମେରାଇନ୍ ଟୁରିଜମ୍କୁ ପ୍ରୋତ୍ସାହନ ଦେବା ସହ ଶିକ୍ଷା, ସଂରକ୍ଷଣ ଓ ବହୁମୁଖୀ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍ ଆକ୍ୱାରିୟମ୍ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର । ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଏହି ଯୋଜନା କରୁଛନ୍ତି
Next Post