ପ୍ରଥମ ଡିଜିଟାଲ ଗ୍ରୀଡ ସବ ଷ୍ଟେସନ ଆଗଲପୁର ରାମପୁର ଠାରେ ଉଦଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମପଂଚାୟତ ରାମପୁର ଠାରେ ୧୩୨/୩୩କେଭି ରାଜ୍ୟର ପ୍ରଥମ ଡିଜିଟାଲ ଗ୍ରୀଡ ସବ ଷ୍ଟେସନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ୟକ୍ରମ ରେ ଓଡିଶା ର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତି ସଂଗିତା କୁମାରୀ ସିଂଦେଓ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଓପିଟିସିଏଲର ସିଏମଡି ଭାସ୍କର ଜ୍ୟୋତି ଶର୍ମା, ଡାଇରେକ୍ଟର ପ୍ରଦୀପ କୁମାର ଦାଶ ଉପସ୍ଥିତ ଥିଲେ । ଏହା ଦ୍ୱାରା ଆଗଲପୁର, ଲୋଇସିଂହା, ଡୁଙ୍ଗୁରିପାଲୀ, ସୁବର୍ଣପୁରବ୍ଲକର ୧୮ଟି ପଂଚାୟତ ର ୧୦୭ ଟି ଗ୍ରାମମାନ ଙ୍କର ଉପଭୋକ୍ତାଉପକୃତ ହେବେ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟର ବିଦ୍ୟୁତ ଟ୍ରାନସମିଶନ ନେଟୱର୍କର ଡିଜିଟାଲ ପରିବର୍ତ୍ତନ ପାଇଁ ଏକ ମାଇଲଖୁଷ୍ଟୋନ ରୂପେ ପରିଗଣିତ ହେବ ବୋଲି ଅତିଥି ମାନେ ସୂଚନା ଦେଇଛନ୍ତି । ସର୍ବମୋଟ ୩୫ଶହ୬କୋଟି ଅନୁମୋଦିତ ଅର୍ଥ ରାଶିରେ ନିର୍ମିତ ଗ୍ରୀଡ ସବ ଷ୍ଟେସନ ଟି ୩୦-୬-୨୩ରେ କାମ ଆରମ୍ଭ ହୋଇ ୨୨-୮-୨୫ରେ କାମ ସଂପୂର୍ଣ୍ଣ ହୋଇଥିବା ସୂଚନାରୁ ପ୍ରକାଶ । ୧୫ ଏକର ଜମିରେ ନିର୍ମିତ ଗ୍ରୀଡସବଷ୍ଟେସନଟି ଏମଏସଇଏମ ପାଓ୍ଵାର ଟ୍ରାନ୍ସ ପ୍ରାଇଭେଟ ଲିମିଟେଡ ନିର୍ମାଣ କରିଛି ।

Leave A Reply

Your email address will not be published.