ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଗୋପାଳ ସିଂହ ସୁନାଙ୍କ ତତ୍ବାବଧାନରେ ୧୪ଟି ବିଦ୍ୟାଳୟରେ ସ୍ଵତନ୍ତ୍ର କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂହ ସୁନା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଓ କୋଦଣ୍ଡ ଭୋଇ ପ୍ରତ୍ୟେକ ବିଦ୍ୟାଳୟକୁ ଯାଇ ଚାରା ରୋପଣ କରିଥିଲେ । ଉକ୍ତ କାର୍ୟକ୍ରମରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।