ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଓଡିଶା ଡିଜିପିଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳ ନେତ୍ରୀ ଏମ୍ମା ଏକ୍କାଙ୍କ ନେତୃତ୍ୱରେ ଆମ ରାଜ୍ୟ ଓଡିଶାରେ ଘଟିଯାଇଥିବା ଦୁଷ୍କର୍ମ ମାନ ତଥା କ୍ରମାଗତ ଭାବେ ବଢୁଥିବା ମହିଳା ନିର୍ଯ୍ୟାତନା ରୋକିବାରେ ରାଜ୍ୟର ଡବଲ ଇଂଜିନ ତଥା ଲୋକଙ୍କ ସରକାର ସମ୍ପୂର୍ଣ୍ଣ ବିଫଳଗାମୀ ହୋଇଛନ୍ତି । ରାଜ୍ୟରେ ୫୦ରୁ ଅଧିକ ଭାଗ ମହିଳା ରହିଥିବା ବେଳେ କିପରି ନିର୍ଯ୍ୟାତନାରୁ ସମ୍ପୂର୍ଣ୍ଣ ଉଦ୍ଧାର ପାଇବେ ଓ ସୁରକ୍ଷିତ ଭାବେ ଜୀବନ ଯାପନ କରିବେ, ସରକାର ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଏଇ ପରିପକ୍ଷେ ରାଜ୍ୟର ସର୍ବୋଚ୍ଚ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ଡିଜିପିଙ୍କ ନିକଟକୁ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ଏସ୍ପିଙ୍କ ଜରିଆରେ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ ରାଉରକେଲା ପୌରଧ୍ୟାକ୍ଷା ରଶ୍ମିବାଳା ମିଶ୍ର, ନାରୀନେତ୍ରୀ ସନ୍ଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ଗଗନ ପଣ୍ଡା, ବିରେନ ସେନାପତି, ପ୍ରଶାନ୍ତ ସେଠି, ସଂଜୀତ ଛୋଟରାୟ, ଜୟ ଶ୍ରୀ ପାଣିଗ୍ରାହୀ, ଲକ୍ଷ୍ମୀ କିଷାନ, ଦ୍ରୌପଦୀ କିଷାନ, ଇନ୍ଦିରା ନାୟକ, ସୁନନ୍ଦା ସେନାପତି, ସ୍ମିତା ମହାନ୍ତି, ଗୌରୀ କୁମ୍ଭାର, ତାରିଣୀ ସେଠି, ସୁଭଦ୍ରା ପ୍ରଧାନ, ତୃପ୍ତିମୟୀ ସ୍ୱାଇଁ, ବିଚିତ୍ରା ବାରିକ, ସଂଗୀତା ମିଶ୍ର, ଲକ୍ଷ୍ମୀ ସିଂ, ପ୍ରିୟଙ୍କା ପ୍ରଧାନ, ଜୟନ୍ତୀ ଦାସ, ପ୍ରତିମା ରାଉତଙ୍କ ସମେତ ନାରୀ ନେତ୍ରୀମାନେ ଉପସ୍ଥିତ ଥିଲେ ।