ଆବାସଶୂନ୍ୟ ନିରୀହ ବୃଦ୍ଧବୃଦ୍ଧାଙ୍କୁ ଏକ ଟ୍ରକରେ ନେଇ ସହର ବାହାରେ ଛଡ଼ାଯିବା ମାମଲା

ଇନ୍ଦୋର : ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ ଦେଶରେ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର ରହିଥିବା ବେଳେ ଏହାର କିଛି କର୍ମଚାରୀମାନଙ୍କ ଏମିତି କିଛି କାର୍‌ନାମା ଲୋକଲୋଚନକୁ ଆସିଛି, ଯେଉଁଥିରେ ନିଗମ ପ୍ରଶାସନ ସମାଲୋଚନାର ଶିକାର ହୋଇଛି ।

ଶୁକ୍ରବାର ଦିନ ମ୍ୟୁନିସିପାଲିଟି କର୍ପୋରେସନ୍‌ କର୍ମଚାରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ନିଗମର କିଛି କର୍ମଚାରୀ ରାସ୍ତା କଡ଼ ଫୁଟ୍‌ପାଥ୍‌ରେ ଥିବା ବୃଦ୍ଧବୃଦ୍ଧା ଓ ଭିକାରୀମାନଙ୍କୁ ଏକ ଡମ୍ପରରେ ଭର୍ତ୍ତି କରିବା ପରେ ସେମାନଙ୍କୁ ସହର ବାହାରେ ଛାଡ଼ି ଦିଆଯାଇଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସଂପୃକ୍ତ ବୃଦ୍ଧବୃଦ୍ଧାମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥବା କୁହାଯାଇଛି ।

ସୂଚନା ଅନୁଯାୟୀ, ଏହି କର୍ପୋରେସନ୍‌ କର୍ମଚାରୀମାନେ ବୃଦ୍ଧ ଭିକାରୀମାନଙ୍କୁ ଶିପ୍ରା ନଦୀ ନିକଟରେ ସହର ସୀମାରେ ଛାଡିବାକୁ ଯାଉଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ସେମାନେ ଏଥିରେ ଆପତ୍ତି କରିଥିଲେ, ଯାହା ପରେ କର୍ମଚାରୀମାନେ ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ ।

ଏହି ଭାଇରାଲ ଭିଡିଓରେ ଇନ୍ଦୋରର ମ୍ୟୁନିସିପାଲିଟି କର୍ପୋରେସନର ସମ୍ବେଦନଶୀଳ ଭିଡ଼ିଓ ଦେଖିବାକୁ ମଳିଛି । ଭିଡିଓରେ ଏପରି କିଛି ଆବାସଶୂନ୍ୟ ନିରୀହ ବୃଦ୍ଧବୃଦ୍ଧା ମଧ୍ୟ ଥିଲେ, ଯେଉଁମାନେ ଚାଲିବା ସ୍ଥିତିରେ ମଧ୍ୟ ନଥିଲେ ଏବଂ ସେହି କ୍ଷେତ୍ରରେ ମ୍ୟୁନିସିପାଲିଟି କର୍ମଚାରୀମାନେ ସେମାନଙ୍କୁ ଏବଂ ସେମାନଙ୍କର ଜିନିଷପତ୍ର ଉଠାଇ ଗାଡ଼ିରେ ରଖୁଥିଲେ ।

Leave A Reply

Your email address will not be published.