ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.inକୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ । ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ନିମ୍ନଲିଖିତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଡ଼. ସନ୍ତୋଷ କୁମାର ପାଣିଗ୍ରାହୀ ଜଣାଇଛନ୍ତି ।
ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧
ବି. ଦ୍ର: ସାର୍ଟିଫିକେଟ ଏବଂ ସେମିଷ୍ଟର ପ୍ରୋଗ୍ରାମରେ ନାମଲେଖା ଜୁଲାଇ ୨୦୨୫ ଶିକ୍ଷା ସତ୍ର ପାଇଁ ବନ୍ଦ ହୋଇଯାଇଛି ।