ବିଶ୍ୱ ଚିକିତ୍ସାଧିନ ବ୍ୟକ୍ତି ସୁରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚିକିତ୍ସାଧିନ ବ୍ୟକ୍ତି କିମ୍ବା ରୋଗୀ ସୁରକ୍ଷା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟ ସେବାରେ ନିରାପତ୍ତା ବୃଦ୍ଧି ପାଇଁ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ହିତାଧିକାରୀମାନଙ୍କୁ ନିରାପଦ ସ୍ୱାସ୍ଥ୍ୟସେବା କୌଶଳ ପାଇଁ ଏକଜୁଟ କରିବା ଉଦ୍ଦେଶ୍ୟରେ “ବିଶ୍ଵ ଚିକିତ୍ସାଧିନ ବ୍ୟକ୍ତି ସୁରକ୍ଷା ଦିବସ” ସେପ୍ଟେମ୍ବର ୧୭ ରେ ପ୍ରତିବର୍ଷ ପାଳନ ହୁଏ । ବିଶ୍ଵ ବ୍ୟାପୀ ଅସୁରକ୍ଷିତ ଚିକିତ୍ସା ଅଭ୍ୟାସ କରୁଥିବା କ୍ଷତିର ମହତ୍ଵପୂର୍ଣ୍ଣ ଭାରକୁ ସମାଧାନ କରିବାକୁ ଏହି ଦିନଟି ସ୍ୱୀକୃତିପ୍ରାପ୍ତ ଅଟେ । ଏହା ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଏବଂ ଅଭ୍ୟାସ ଗୁଡିକର ଆବଶ୍ୟକତାକୁ ଆଲୋକିତ କରେ ଯାହା ରୋଗୀଙ୍କ କଲ୍ୟାଣ କୁ ପ୍ରାଧାନ୍ୟ ଦେଇଥାଏ । ସ୍ଵଳ୍ପ ଏବଂ ମଧ୍ୟବିତ୍ତ ରୋଜଗାର କ୍ଷମ ଦେଶର ଡାକ୍ତରଖାନା ଗୁଡ଼ିକରେ ଲକ୍ଷ ଲକ୍ଷ ଚିକିତ୍ସାଧିନ ବ୍ୟକ୍ତି ମାନଙ୍କୁ ପ୍ରତିକୂଳ ପରିସ୍ଥିତି ସହିତ ସଂଗ୍ରାମ କରିବାକୁ ପଡ଼ିଥାଏ ଯାହାର ସମାଧାନର ଉପାୟ ସେମାନଙ୍କ ନିରାପତ୍ତାକୁ ନିଶ୍ଚିତ କରାଯାଇପାରିବ । ୨୦୧୯ରେ, ୭୨ତମ ବିଶ୍ୱ ସ୍ୱାସ୍ଥ୍ୟ ସାଧାରଣ ସଭା ବିଶ୍ୱ ଚିକିତ୍ସାଧିନ ବ୍ୟକ୍ତି ବା ରୋଗୀ ସୁରକ୍ଷା ଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ପ୍ରାଥମିକତା ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ସଂକଳ୍ପ ପାରିତ କଲା । ଏହା ପରଠାରୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରତିବର୍ଷ ବିଶ୍ଵ ସ୍ତରୀୟ ଅଭିଯାନ ଆରମ୍ଭ କଲା । ରୋଗୀ ନିରାପତ୍ତା ବିଷୟରେ ବିଭିନ୍ନ ଥିମ୍ ଉପରେ ଧ୍ୟାନ ଦେଇ ଯଥା ସୁରକ୍ଷିତ ପ୍ରସବ, ଔଷଧ ନିରାପତ୍ତା ଏବଂ ରୋଗୀ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ଇତ୍ୟାଦି ବିଷୟରେ ଆଲୋକପାତ କରିବାରେ ପ୍ରୟାସ ମାରି ରଖିଲା । ଅସୁରକ୍ଷିତ ସ୍ୱାସ୍ଥ୍ୟସେବା ହେତୁ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଣାଳୀରେ ଅବହେଳା ସହିତ ଆର୍ଥିକ କ୍ଷତି ମଧ୍ୟ ବହନ କରିବାକୁ ହୁଏ । ଏ ବିଷୟରେ ସଚେତନତା ଜାଗ୍ରତ ହେବା ପରେ ରୋଗୀ ନିରାପତ୍ତା ପାଇଁ ଏହି ଚିକିତ୍ସାଧିନ ବ୍ୟକ୍ତି ବା ରୋଗୀ ସୁରକ୍ଷା ଦିବସ ପାଳନ ଆନ୍ଦୋଳନ ପ୍ରାଧାନ୍ୟ ବିସ୍ତାର କଲା । ଏହା ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରେ ଯେଉଁଠାରେ ଚିକିତ୍ସାଧିନ ବ୍ୟକ୍ତି ମାନେ ସେମାନଙ୍କର ଯତ୍ନ ନେବାରେ ସଶକ୍ତ ହୁଅନ୍ତି ଏବଂ ସକ୍ରିୟ ଭାବରେ ଜଡିତ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ରୋଗୀଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ଯୋଗାଯୋଗ ବୃଦ୍ଧି ପାଏ । ୨୦୨୫ ପାଇଁ ଥିମ୍ ହେଉଛି “ପ୍ରତ୍ୟେକ ନବଜାତ ଏବଂ ପ୍ରତ୍ୟେକ ଶିଶୁ ପାଇଁ ନିରାପଦ ଯତ୍ନ” । “ଆରମ୍ଭରୁ ରୋଗୀ ସୁରକ୍ଷା” ସ୍ଲୋଗାନ ସହିତ ଏହି ଥିମ୍, ନବଜାତ ଏବଂ ଶିଶୁମାନଙ୍କୁ ଏଡାଇହେବା କ୍ଷତିରୁ ରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ଏବଂ ନୀତିର ଆବଶ୍ୟକତାକୁ ଉଜ୍ଜ୍ୱଳ କରି ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବାର ସୁରକ୍ଷାକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି । “ଶିଶୁମାନଙ୍କ ପାଇଁ ସୁରକ୍ଷିତ ଯତ୍ନରେ ନିବେଶ କରିବା ହେଉଛି ସମସ୍ତଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଏକ ନିବେଶ ।” ଶିଶୁଙ୍କ ସୁରକ୍ଷା ଆପଣଙ୍କଠାରୁ ଆରମ୍ଭ ହେଉ ।

Leave A Reply

Your email address will not be published.