ଧର୍ମପରାୟଣା ଯୋଗେଶ୍ୱରୀ ରଥଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ସହର ତୁଳସୀନଗର ନିବାସୀ ଧର୍ମପ୍ରାଣା ଯୋଗେଶ୍ୱରୀ ରଥ (୮୬)ଙ୍କ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଧର୍ମପରାୟଣା, ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବେ ସେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ଜୟଚନ୍ଦ୍ର ରଥ, ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ, ପୂର୍ବତନ ସୈନିକ ସଂଘ ସମ୍ପାଦକ ପ୍ରତାପ ରଥ ଓ ବ୍ୟବସାୟୀ ସରୋଜ ରଥ, ସମସ୍ତ ବୋହୂ, ଝିଅ ସୁପ୍ରଭା ରଥ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଆଜି ସକାଳୁ ବିଭୁତିପଡା ସର୍ଗଦ୍ୱାରଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଯୋଗେଶ୍ୱରୀ ଦେବୀଙ୍କ ମୃତ୍ୟୁଖବର ପାଇବା ପରେ ବହୁ ବିଶିଷ୍ଠ ବ୍ୟକ୍ତି, ବ୍ୟବସାୟୀ ଓ ପଡାବାସୀ ତାଙ୍କ ସର୍କିଟ ହାଉସ ନିକଟସ୍ଥ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.