csstore

ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନର ଦୁଇଦିନିଆ କର୍ମଶାଳା ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନର ଦୁଇଦିନିଆ କର୍ମଶାଳା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଆରମ୍ଭ ହୋଇଥିବା ରାଜସ୍ଵ ବିଭାଗୀୟ ଦୁଇଦିନିଆ କର୍ମଶାଳାରେ ରାଜସ୍ୱ ବିଭାଗର ବୈଧାନିକ ବ୍ୟବସ୍ଥା, ସେଟଲମେଣ୍ଟ ଜମି ଅଧିଗ୍ରହଣ ନିୟମ, ଜମି ଅଧିକାର, ଜଙ୍ଗଲ ଜମି ଅଧିଗ୍ରହଣ ନିୟମ ଓ ଅଧିକାର ଉପରେ ପ୍ରଚଳିତ ନୂଆନିୟମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଦକ୍ଷତା ଉପରେ ଉପଭୋକ୍ତାଙ୍କ ସୁବିଧା ସୁଯୋଗ ଆଦି ଉପରେ ଉକ୍ତ କର୍ମଶାଳାରେ ଆଲୋଚିତ ହୋଇଥିବା ଜଣାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍.ଡି.ସି.) ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର୍ ସିଂ, ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ସଚିବ, ପ୍ରମୁଖ ଦକ୍ଷିଣାଞ୍ଚଳ ରାଜସ୍ୱ ଡ଼ିଭିଜନ ଅନ୍ତର୍ଗତ ୮ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର୍, ରାଜସ୍ୱ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.