ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦୀର୍ଘଦିନ ଧରି ଦାବି କରିଆସୁଥିବା ସର୍ବାଧିକ ହଷ୍ଟେଲ ଫି- ନେଇ ମଙ୍ଗଳବାର ତାତିଛନ୍ତି । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦାବି ଯେ, ଓଡିଶାର ଅନ୍ୟସମସ୍ତ ବିଶ୍ୱବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ହଷ୍ଟେଲ ଫି- ୧୦ ହଜାର ଟଙ୍କା ମହଙ୍ଗା ଦେୟ ଉର୍ଦ୍ଧ ପ୍ରଦାନ କରୁଛନ୍ତି । ସେହି ତୁଳନାରେ ସେମାନଙ୍କୁ ମିଳୁଥିବା ସୁବିଧା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି । ଅଧିକାଂଶ ହଷ୍ଟେଲ କାନ୍ଥ ଫାଟି, ଭାଙ୍ଗି ଗୃହ ଗୁଡ଼ିକର ଅବସ୍ଥା ଖୁବ୍ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଣେ କୋଠା ଗୁଡ଼ିକର ଛାତରୁ ସିମେଣ୍ଟ ଫୋଲ୍ସ ଝଢି ଲୁହାରଡ଼ ଦେଖାଯାଉଛି, ତ କେଉଁଠି ବର୍ଷା ହେଲା କୋଠରୀ ଗୁଡ଼ିକରେ ପାଣି ଗଳୁଛି । ଗୋଟେ ଗୋଟେ ରୁମରେ ଏକାଧିକ ଛାତ୍ରଛାତ୍ରୀ ରହୁଛନ୍ତି । ଗୋଟିଏ ରୁମରେ ଗୋଟିଏ ବିଦ୍ୟୁତ ପଙ୍ଖା, ଲାଇଟ ପାଇଁ ଏକାଧିକ ଛାତ୍ରଛାତ୍ରୀ ମାସିକ ଫି’ ମୁଣ୍ଡ ଫିଛା ୨ଶହ ଟଙ୍କା ଦେଉଛନ୍ତି । ଛାତ୍ରୀଙ୍କ ଚିଲିକା ହଷ୍ଟେଲରେ ଅନେକ ସମୟରେ ବ୍ୟବହାରିକ ପାଇଁ ପାଣିର ଅଭାବ ଦେଖିବାକୁ ମିଳିବା ସହ କେଉଁ କେଉଁ ହଷ୍ଟେଲରେ ପାନୀୟ ଜଳର ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନେକ ହଷ୍ଟେଲରେ ଲକ୍ଷାଧିକ ଟଙ୍କାର ଜିମ୍ନାଷ୍ଟିକ୍ସ ଜିନିଷ ଗୁଡିକ ଖତ ଖାଇଲାଣି । ହେଲେ ତାହାର କୌଣସି ଭରଣପୋଷଣ ହୋଇପାରୁନାହିଁ । ଏଭଳି ଅନେକ ଦାବି ନେଇ ଦୀର୍ଘ ଦିନ ହେଲା ଛାତ୍ରଛାତ୍ରୀ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ବିଶ୍ୱବିଦ୍ୟାଳୟର କର୍ତ୍ତୁପକ୍ଷ କୌଣସି ପ୍ରତିକାର ବ୍ୟବସ୍ଥା କରିନାହାନ୍ତି । କି ଏ ଯାବତ୍ କୌଣସି ପ୍ରକାର ସମାଧାନ କରିପାରିଲେ ନାହିଁ ତେଣୁ ଶହ ଶହ ହଷ୍ଟେଲ ଅନ୍ତେବାସୀ ମଙ୍ଗଳବାର କୁଳପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଦାବି ପୂରଣ ନହେଲେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଏହି ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଇଜୁ ଆମିନ ଖାନ, ବାଲ୍ମୀକି ସେଠୀ, ସୁଦର୍ଶନ ମଲ୍ଲିକ, ମନିଷା କହଁର, ଗୋବିନ୍ଦ ତ୍ରିପାଠୀ, ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶିବାନୀ ପାଟ୍ଟୀ ,ଏନ୍. କାମରାଜୁ ପାତ୍ର , ପପୁ ରାଉତ ପ୍ରମୁଖ ଉପସ୍ଥିତ ରହି ଏହି ସମସ୍ୟାର ବିହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।
Next Post